jayashree

କୋଭିଡ ହସ୍ପିଟାଲରୁ ପଦ୍ମଲୋଚନ ବରିହାଙ୍କ ମର ଶରୀର ଗାଏବ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମର ପଦ୍ମଲୋଚନ ବରିହା ଯାହାଙ୍କ ବୟସ ପ୍ରାୟ ୫୨ ବର୍ଷ ହେବ ଜ୍ୱର, ଥଣ୍ଡା, କାଶ ହୋଇ ଗୁରୁତର ହେବାରୁ ପରିବାରର ଲୋକେ ଗତ ୨୬ ତାରିଖ ସଂନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ବରଗଡ ଜିଲ୍ଲା ହେଡ କ୍ୱାଟର ଖେଦାପାଲି ଠାରେ ଥିବା କୋଭିଡ ହସ୍ପିଟାଲରେ ପଦ୍ମଲୋଚନଙ୍କ ନାମ କୋଭିଡ ହସ୍ପିଟାଲରେ ପଂଜିକୃତ କରାଯାଇ ତାଙ୍କୁ ଡାକ୍ତର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପଦ୍ମଲୋଚନଙ୍କ ଚିକିତ୍ସା ଚାଳୁଥିବା ବେଳେ ତାଙ୍କ ପୁଅ ରୋହିତ ବରିହା, ପତ୍ନୀ ଟେଭା ବରିହା, ସୁଦର୍ଶନ ବରିହା, ଛିନୁ ବରିହା ହସ୍ପିଟାଲ ବାହାରେ ଜଗି ରହିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଚିକିତ୍ସା ବାବଦକୁ କୌଣସି ସୂଚନା ପରିବାର ଲୋକଙ୍କୁ ଦେଉ ନଥିଲେ । ବିଚଳିତ ହୋଇ ପରିବାରର ସଦସ୍ୟମାନେ ହସ୍ପିଟାଲ ଷ୍ଟାପଙ୍କୁ ତାଙ୍କ ରୋଗୀ ବିଷୟରେ ପଚାରିଲେ ବରଂ ଓଲଟା ରୁକ୍ଷ ବ୍ୟବହାର ପାଉଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଗତକାଲି ୨୭ ତାରିଖ ଦିନ ହସ୍ପିଟାଲର ଜଣେ ପରିଚିତ ନର୍ସଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ପଦ୍ମଲୋଚନ ମରି ଯାଇ ଥିବାର ସୂଚନା ପାଇଲେ । ପରିବାର ଲୋକେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଦ୍ମଲୋଚଙ୍କ ମର ଶରୀର ଦେଖାଇବା ପାଇଁ ଯେତେ କହିଲେ ମଧ୍ୟ କେହି ଶୁଣିଲେ ନାହିଁ । ବହୁ ହୋହାଲ୍ଲା କରି ପରିବାର ନିରାଶ ହୋଇ ବରଗଡରୁ ରାତ୍ର ୯ ଘଣ୍ଟା ସମୟ ନିଜ ଗାଁ ଭେଉଁରିଆକୁ ଫେରି ଆସିଛନ୍ତି । ଏବେ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକେ ଶବ ଖୋଜୁଛନ୍ତି । ଏହା ତଦନ୍ତ ସାପେକ୍ଷ ।

Leave A Reply

Your email address will not be published.