ବିଭିନ୍ନ ଜିଲ୍ଲାରେ କୋଭିଡ଼ ସ୍ଥିତି ସଂଭାଳିବାକୁ ଓଏଏସ ଅଧିକାରୀ ମାନଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ କେତେକ ଜିଲ୍ଲାରେ କୋଭିଡ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଥିବା ବେଳେ ସ୍ଥିତି ସମ୍ଭାଳିବା ପାଇଁ ରାଜ୍ୟ ସରକାର କିଛି ଓଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ନୂଆପଡ଼ା ଜିଲ୍ଲା ପାଇଁ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ପ୍ରଧାନ, ଡ. ଚିତ୍ରସେନ ପଶାୟତ, ନୃପରାଜ ସାହୁ, ହେମନ୍ତ କୁମାର ସିଂହ ଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଲାଇ, ବଲାଙ୍ଗିର ଜିଲ୍ଲା ପାଇଁ ଦୀପକ ରଂଜନ ଦାସ, ରଶ୍ମିରଂଜନ ନାୟକ, ଶ୍ୱେତକୁମାର ଦାଶ, ବରଗଡ଼ ଜିଲ୍ଲା ପାଇଁ ମହେଶ୍ୱର ପାଣିଗ୍ରାହୀ, ସୁବାଶିଷ ମାନସିଂହ ଓ ମନ୍ଦରଧର ମହାଲିକ, ସମ୍ବଲପୁର ଜିଲ୍ଲା ପାଇଁ ବିଶିକେଶନ ଦେହୁରୀ ଓ ବାଇତୁରା ଦୀପ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦୁର୍ଗାପ୍ରସାଦ ମହାପାତ୍ର, ଅଯୋଧ୍ୟାକନ୍ତ ଶତପଥୀ, ତ୍ରିଲୋଚନ ମହାନ୍ତି ଓ ମଧୁସୂଦନ ବେହେରାଙ୍କ ଦାୟିତ୍ୱ ପ୍ରଦାନ କରାଯାଇଛି । ସଂପୃକ୍ତ ଓଏଏସ୍‌ ଅଧିକାରୀମାନେ ଦିଆଯାଇଥିବା ଜିଲ୍ଲାଗୁଡ଼ିକରେ କୋଭିଡ଼ ସ୍ଥିତି ପରଖିବା ସହ କୋଭିଡ଼ ସଂକ୍ରମଣ ନିୟନ୍ତ୍ରଣ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.