ରାଜ୍ୟର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତୃତୀୟ ପର୍ୟ୍ୟାୟ ଟୀକାକରଣ ଅଭିଯାନରେ ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବା ପରିପ୍ରେକ୍ଷୀରେ କୋଭିଡ୍ ଟୀକାର ଆବଶ୍ୟକତାକୁ ଦେଖି ରାଜ୍ୟ ସରକାର ୧୦.୩୪ ଲକ୍ଷ ଡୋଜ୍ କୋଭାକ୍ସିନ୍ ଏବଂ ୩୭୭ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା କ୍ରୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରାଯିବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ରାଜ୍ୟର ରାଜକୋଷରୁ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ମୁଖ୍ୟମନ୍ତ୍ରୀ କହିଛନ୍ତି “ସାଢେ ଚାରିକୋଟି ଓଡିଶାବାସୀ ମୋ ପରିବାର, ମୁଁ ଚାହେଁ ମୋ ପରିବାର ନିରାପଦ ରହୁ ।”

Leave A Reply

Your email address will not be published.