ବାଲିଗୁଡାରେ ଦୁଇ ଦିନିଆ ସପ୍ତାହାନ୍ତ ବନ୍ଦ : ଯାନବାହାନ ଚଳାଚଳ ବନ୍ଦ : ବଜାର ଅଞ୍ଚଳ ଜନଶୂନ୍ୟ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟରେ ଶନିବାର ଓ ରବିବାର ଏହି ଦୁଇଦିନ ସପ୍ତାହାନ୍ତ ସଟଡାଉନ୍ ଲାଗୁ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସବୁ ଜିଲ୍ଲାର ସହରାଞ୍ଚଳ ଶନିବାର ଓ ରବିବାର ହେବ ସଟଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ଏନଏସିରେ ସଟ୍ ଡାଉନ୍ ଓ ନାଇଟ୍ କର୍ଫ୍ୟୁକୁ ନେଇ ବାଲିଗୁଡା ତହସିଲ ପକ୍ଷରୁ ଅଞ୍ଚଳର ବିଭିନ୍ନ ବ୍ୟବସାୟୀକ ସଂଗଠନମାନଙ୍କୁ ସଚେତନତା କରାଯାଇଥିଲା । ତେବେ ବାଲିଗୁଡା ବଜାର ମଧ୍ୟ ଏହି ସଟ୍ ଡାଉନରେ ସାମିଲ୍ କରାଯାଇଛି । ସମଗ୍ର ବାଲିଗୁଡା ଅଞ୍ଚଳରେ ସଟ୍‌ଡାଉନ ସହ ଜାରି ରହିବ ରାତ୍ରୀକାଳୀନ କର୍ଫ୍ୟୁ । ସଟ୍‌ଡାଉନ ବେଳେ ଅତ୍ୟାବଶ୍ୟକ ଜରୁରୀ ସେବା ଜାରି ରହିଥିଲା । ତେବେ ଅଞ୍ଚଳ ଲୋକେ ଏହି ସଟ୍ ଡାଉନକୁ ‌ସ୍ୱତ ପ୍ରବୃତ୍ତ ଭାବେ ମାନୁଥିବା ଦେଖିବାକୁ ମିଳିଛି । ରାସ୍ତା ଘାଟ ଖାଁ ଖାଁ ଦେଖିବାକୁ ମିଳିଛି । ଯାନବାହାନ ସହ ଦୋକାନ ବଜାର ଗୁଡ଼ିକ ବନ୍ଦ ରହିଥିବା ବେଳେ ସଟ୍ ଡାଉନକୁ ‌ସ୍ୱାଗତ କରିବା ସହ ପ୍ରଶାସନକୁ ଲୋକେ ସହଯୋଗ କରୁଥିବା କହିଛନ୍ତି । ଏହି ଦୁଇ ଦିନିଆଁ ସଟ ଡାଉନ ସୋମବାର ସକାଳ ପର୍ୟ୍ୟନ୍ତ ଲାଗୁ ରହୁଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ତହସିଲଦାର ଶଶାଙ୍କ ଶେଖର ପାତ୍ର ଲଗାତାର ପଇଁତରା ମାରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.