ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କ କଥା ସମଗ୍ର କଥାୟନ-୧ ଓ କଥାୟନ-୨ ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗାଳ୍ପିକା ଗାୟତ୍ରୀ ସରାଫ୍‌ଙ୍କ କଥା ସମଗ୍ର କଥାୟନ-୧ ଓ କଥାୟନ-୨ ଇତି ମଧ୍ୟରେ ପ୍ରକାଶିତ ହୋଇ ପାଠକାର୍ପିତ ହୋଇଛି । ଏହି ଅବସରରେ ଗାଳ୍ପିକା କହିଛନ୍ତି ଯେ, ପାଠକମାନେ ମୋର ଈଶ୍ୱର । ସେମାନେ ଚାହିଁଲେ ମୋର ସବୁ ଗପ ଏକାଠି ପଢ଼ିବାକୁ । ତେଣୁ ମୋର ଏଇ କଥା ସମଗ୍ର କଥାୟନ-୧ରେ ପ୍ରଥମ ଛଅଟି ଗଳ୍ପ ସଂକଳନ ରହିଛି । ତା’ ପରର ଛଅଟି ଗଳ୍ପ ସଂକଳନ ରହିଛି ଦ୍ୱିତୀୟ ଖଣ୍ଡ କଥାୟନ-୨ରେ । ପୃଷ୍ଠା ସଂଖ୍ୟା ଯଥାକ୍ରମେ ୬୩୮ ଓ ୮୩୬ । ଭୁବନେଶ୍ୱରର ପଶ୍ଚିମ ପ୍ରକାଶନୀ ଏହା ପ୍ରକାଶ କରିଛନ୍ତି । ଆମାଜନ୍‌ରେ ବି ଏହା ଉପଲବ୍ଧ । ପାଠକ ଓ ଗବେଷକ ମାନଙ୍କ ଲାଗି ଏହା ସଂଗ୍ରହଣୀୟ ହୋଇପାରିଛି । ପାଠକ ଗୋଷ୍ଠୀ ଏଥିପାଇଁ ଗାଳ୍ପିକାଙ୍କୁ ଅଜସ୍ର ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.