ଇସ୍ରାଏଲ୍ ଜନସାଧାରଣଙ୍କୁ ୮୦ ପ୍ରତିଶତ କରୋନା ଟିକା ଲାଗିବା ପରେ ଦୀର୍ଘ ଗୋଟିଏ ବର୍ଷ ବାଦ୍‌ ଲୋକେ ମାସ୍କରୁ ମୁକ୍ତି ପାଇଲେ

ତେଲ ଅଭିବ : ଦୁନିଆ ପାଇଁ ଏକ ଖୁସି ଖବର । ଏକ ବର୍ଷ ପରେ ଘରୁ ବାହାରିବା ବେଳେ ଇସ୍ରାଏଲ୍ ମାସ୍କ ପିନ୍ଧିବା ବାଧ୍ୟ ବାଧ୍ୟକତାକୁ ରଦ୍ଦ କରିଦେଇଛି । ଇସ୍ରାଏଲ୍ ଏହି ପଦକ୍ଷେପ ନେଇଛି, ଯେଉଁ ସମୟରେ ଏହାର ୮୦% ଲୋକଙ୍କ ନିକଟରେ କରୋନା ଭୂତାଣୁ ଟିକା ପ୍ରୟୋଗ କରିବାରେ ସଫଳ ହୋଇଛି । ମାସ୍କର ଅତ୍ୟାବଶ୍ୟକତାକୁ ଶେଷ କରିବାକୁ ଇସ୍ରାଏଲ ରବିବାର ଘୋଷଣା କରିଛି । କରୋନା ଭୂତାଣୁ ବିରୁଦ୍ଧରେ ଇସ୍ରାଏଲର ଏକ ପ୍ରମୁଖ ସଫଳତା ଭାବରେ ଦେଖାଯାଉଛି ।

ଇସ୍ରାଏଲର ସ୍ୱାସ୍ଥ୍ୟମନ୍ତ୍ରୀ ୟୁଲି ଇଡେଲଷ୍ଟାଇନ ଗୁରୁବାର କହିଛନ୍ତି ଯେ, ଟିକା ଲାଗୁ ହେବା ପରେ ଇସ୍ରାଏଲରେ କରୋନା ଭୂତାଣୁ ସଂକ୍ରମଣ ହାର ବହୁତ ହ୍ରାସ ପାଇଛି । ତେଣୁ ବର୍ତ୍ତମାନ ପ୍ରତିବନ୍ଧକ ହଟାଇବା ସମ୍ଭବ ହୋଇଛି । ତେବେ କାର୍ୟ୍ୟାଳୟ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ବୋଲି ସେ କହିଛନ୍ତି । ରଏଟର୍ସ ରିପୋର୍ଟ ଅନୁଯାୟୀ, ୯୩ ଲକ୍ଷ ଜନସଂଖ୍ୟା ମଧ୍ୟରୁ ଇସ୍ରୋ ବର୍ତ୍ତମାନ ପର୍ୟ୍ୟନ୍ତ ୫୦ ଲକ୍ଷ ଲୋକଙ୍କୁ କରୋନା ଟିକା ଲଗାଇ ସାରିଛି ।

Leave A Reply

Your email address will not be published.