କୋଭିଡ-୧୯ର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଠାରେ ସବୁ ଏନ୍. ଜି. ଓ ମାନଙ୍କୁ ନେଇ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କୋଭିଡ-୧୯ର ଦ୍ଵିତୀୟ ଲହରୀକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ଇକୋସ- ଆଇ ହସ୍ପିଟାଲ ଠାରେ ସବୁ ଏନ୍.ଜି.ଓ ମାନଙ୍କୁ ନେଇ ଏଜ ସମୀକ୍ଷା ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଡ଼ଃ. ମିହିର କୁମାର ବଳଙ୍କ ସହଯୋଗରେ ଆୟୋଜିତ ଏହି ବୈଠକରେ କୋଭିଡ୍- ୧୯ର ଦ୍ଵିତୀୟ ଲହରୀ ବିଷୟରେ ଆଲୋକପାତ କରାଯାଇଥିଲା । ଦିନକୁ ଦିନ ଏହାର ଭୟାବହତାର ରୂପ ନେଉଥିବା ବିଷୟରେ ସମୀକ୍ଷା ହୋଇଥିଲା । ସାରା ଭାରତ ବର୍ଷରେ ଏହା ପୁଣି ଥରେ କାୟା ବିସ୍ତାର କରିବା ସହ ଓଡିଶା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଏହାର ପ୍ରକୋପ ବଢିବା ଏକ ଚିନ୍ତାର ବିଷୟ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଛି । ରବିବାର ଗଞ୍ଜାମ ଜିଲ୍ଲାର ପ୍ରାୟ ୨୨ରୁ ଅଧିକ ସାମାଜିକ ସଂଗଠନ ତଥା ଏନ୍.ଜି.ଓ ମାନଙ୍କର ମୁଖ୍ୟ ମାନେ ଏହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ ଏହି ବୈଠକରେ ଗତ ବର୍ଷ ଭଳି ଯେପରି ଭାବରେ ସଭିଏଁ ସାମାଜିକ ସଂଗଠନ ପକ୍ଷରୁ ଯେଭଳି ସହଯୋଗ କରିଥିଲେ । ଠିକ ସେଭଳି କରୋନାର ଦ୍ୱିତୀୟ ଲହରୀକୁ ପ୍ରତିହତ କରିବା ଭଳି ସମସ୍ତେ ବଳିଷ୍ଠ ପଦକ୍ଷେପ ନେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । କୋରନାକୁ ହରାଇବା ପାଇଁ ସବିଶେଷ ପଦକ୍ଷେପ ନିଆଯାଇଥିଲା । ଜିଲ୍ଲା ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ଠାରୁ ଆରମ୍ଭ କରି ସମାଜରେ ଓ ଜନସାଧାରଣଙ୍କୁ ଅବଗତ ହେବାଭଳି ସଚେତନତା ସୃଷ୍ଟି କରାଯିବ, କୋଭିଡ଼ର ମୁକାବିଲା ଦିଗରେ କିଭଳି ପରିବର୍ତ୍ତନ ଅଣାଯାଇ ପାରିବ ସେ ବିଷୟରେ ବିଶଦ ଚର୍ଚ୍ଚା ହୋଇଥିଲା । ସର୍ବଶ୍ରୀ ଲୋକନାଥ ମିଶ୍ର, ମଙ୍ଗରାଜ ପଣ୍ଡା, ରବୀନ୍ଦ୍ର ନାଥ ପାତ୍ର, ବୃନ୍ଦାବନ ପଣ୍ଡା, ସରୋଜ ପଟ୍ଟନାୟକ, କେ. ଆନନ୍ଦ, ଅଳକା ସାହୁ, ରତନ ମିଶ୍ର, ରଞ୍ଜିତ ଦାସ, ମୋଚିରମ୍ ନାୟକ, ସୁରେଶ ଚନ୍ଦ୍ର ସାହୁ, ଧୀରେନ୍ଦ୍ର ନାଥ ପଣ୍ଡା, ଅରୁଣକୁ ଶତପଥୀ, ଗୋକୁଳ ଚନ୍ଦ୍ର ଦାସ, ଅରୁଣକୁ ପାତ୍ର, ତିରୁପତି ବାଲାଜୀ ପାତ୍ର, ଗିରିଶ ଚନ୍ଦ୍ର ବେହୁରା, ନମିତା ରାଣୀ ରାଉତ, ଆରତୀ ବେହେରା, ଭି. ରବିକୁମାର ଗୁପ୍ତ ଓ ବିଭୁ ପ୍ରସାଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.