ପିପିଲି ଉପନିର୍ବାଚନ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଆକସ୍ମିକ ମୃତ୍ୟୁ ଯୋଗୁଁ ସ୍ଥଗିତ ହୋଇଥିବା ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମେ’ ୧୩ ତାରିଖରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏପ୍ରିଲ ୨୬ ତାରିଖ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ଏବଂ ଏପ୍ରିଲ୍‌ ୨୭ ତାରିଖ ଦିନ ପ୍ରାର୍ଥୀପତ୍ର ଯାଂଚ ହେବ । ସେହିପରି ଏପ୍ରିଲ ୨୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ନିର୍ଦ୍ଧାରଣ କରାଯାଇଛି ।

Leave A Reply

Your email address will not be published.