jayashree

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ଗଣ୍ଡୋଗୋଳ ପଛରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ରହିଥିବା ଅଭିଯୋଗ କଲା ବିଜେଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ଗଣ୍ଡଗୋଳ ଘଟଣାରେ ଏବେ ରାଜନୀତି ପଶିଛି । ଏହି ଘଟଣାରେ ଛାତ୍ର କଂଗ୍ରେସର ସଂମ୍ପୃକ୍ତି ଥିବା ନେଇ ସମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ଭିଡିଓରେ ମାଡ ମାରୁଥିବା ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନେ ଛାତ୍ର ବିଜେଡିର ହୋଇଥିବା ଜିଲ୍ଲା ଛାତ୍ର କଂଗ୍ରେସ କହିଛି । କିଛି ଦିନ ତଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ କିଛି ଯୁବକ ସଂଘବଦ୍ଧ ଭାବେ ମାଡ ମାରୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଟି ୫ ତାରିଖରେ ଉତ୍ତୋଳନ କରାଯାଇଥିବା କୁହାଯାଉଥିବା ବେଳେ ଗତ ୯ ତାରିଖରେ ଆଦର୍ଶ ଟାଉନ ଥାନାରେ ଏତଲା ଦିଆଯାଇଥିଲା । ଏହାକୁ ଆଧାର କରି ଟାଉନ ଥାନା ପୋଲିସ ୬ ଜଣଙ୍କୁ ଗିରଫ କରିଛି । ସେ ମଧ୍ୟରୁ ୨ ଜଣ ଯୁବକ ଓମ ରାଉତ ଓ କାହ୍ନା ବାଗ ବୋଲି ଜଣା ପଡିଛି । ତେବେ ସୋସିଆଲ ମିଡିଆରୁ ମିଳିଥିବା କିଛି ଫଟୋଚିତ୍ରକୁ ଆଧାର କରି ଏହି ଦୁଇ ଜଣ ଯୁବକ ବଲାଙ୍ଗିର ଛାତ୍ର କଂଗ୍ରେସର ସଦସ୍ୟ ହୋଇଥିବା ନେଇ ଯୁବ ଛାତ୍ର ବିଜେଡି ଅଭିଯୋଗ କରିଛି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ବିଜେଡିର ନଗର ସଭାପତି ରାଜେନ୍ଦ୍ର ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଯୁବ ଛାତ୍ର ବିଜେଡିର ଗୁଞ୍ଜ ଖାନ, ସୁମନ ନନ୍ଦ, ସୁନ୍ଦର ବିଶି, ପ୍ରତିକ ଶତପଥି, ଦୀପକ ପଣ୍ଡା ଓ ଶତାବ୍ଦୀ ନନ୍ଦ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.