csstore

ଡାକ୍ତର ଡେପୁଟେସନ୍ : ଏ କି ପ୍ରହସନ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଇ କିଛିମାସ ପୂର୍ବେ ୫ ଜଣ ଡାକ୍ତର କାର୍ୟ୍ୟରତ ଥିବାବେଳେ ବର୍ତ୍ତମାନ ମାତ୍ର ୨ଜଣ ଡାକ୍ତର ଅଛନ୍ତି । ବାକି ୩ ଜଣ ଡାକ୍ତର ଗଲେ କୁଆଡେ ବୋଲି ଜନସାଧାରଣ ବରଗଡ ସି.ଡି.ଏମ.ଓଙ୍କୁ ପ୍ରଶ୍ନ କରନ୍ତି । ଅନେକ ସ୍ଥାନରେ ଡାକ୍ତର ନିଯୁକ୍ତି ପାଇଁ ଆନ୍ଦୋଳନ ଚାଲିଥିବା ସମୟରେ ପ୍ରଶାସନର ଆଖି ସଦା ସର୍ବଦା ପଡେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପଡ଼ିଥାଏ । ଆନ୍ଦୋଳନକାରୀଙ୍କୁ କିଛି ମାତ୍ରାରେ ସନ୍ତୋଷ୍ଟ କରିବା ପାଇଁ ଏଠାକାର ଡାକ୍ତର ମାନଙ୍କୁ ଡେପୁଟେସନରେ ଅନ୍ୟତ୍ର ଦେଇ ଥାଆନ୍ତି । ଅନ୍ୟ ସି.ଏଚ.ସି ମାନଙ୍କୁ ଆଖି ପଡ଼ିଥାଏ । ଏଠାକାର ନିରୀହ ଜନସାଧାରଣ କିଛି କହନ୍ତି ନାହିଁ ବୋଲି ଏପରି ଅନେକ ଥର ଘଟିଚାଲିଛି । ପଦ୍ମପୁର ଏତେଗୁଡିଏ ଡାକ୍ତର ଥାଇ ବୁକୁରାମୁଣ୍ଡା ଡାକ୍ତର ମାନଙ୍କୁ ଡେପୁଟେସନରେ କାମ କରିବାପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନେବାର ମାନେ କ’ଣ ? ଏଣୁ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ଅତିଶୀଘ୍ର ସୁଚାରୁ ରୂପେ ବୁକୁରାମୁଣ୍ଡା ଡାକ୍ତରଖାନାକୁ କାର୍ୟ୍ୟକ୍ଷମ କରିବ ସଙ୍ଗେ ସଙ୍ଗେ ତୁରନ୍ତ ଏଠାକାର ନିଯୁକ୍ତି ପ୍ରାପ୍ତ ଡାକ୍ତର ମାନଙ୍କ ଡେପୁଟେସନ ଅର୍ଡରକୁ ପ୍ରତ୍ୟାହାର କରି ଆମ ଡାକ୍ତର ମାନଙ୍କୁ ଏଠାରେ କାମ କରିବାପାଇଁ ସୁଯୋଗ ଦେଲେ ନିରୀହ ଜନସାଧାରଣ ଠିକ ରୂପେ ସ୍ୱାସ୍ଥ୍ୟ ସେବା ପାଇ ପାରିବେ ବୋଲି ଜନସାଧାରଣ ଦାବୀ କରନ୍ତି ।

jayashree
Leave A Reply

Your email address will not be published.