ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ନୂଥନ ଭାବେ ବ୍ଲକ ଶିକ୍ଷା ଅଧିକାରୀ ରୂପେ ଯୋଗ ଦେଇଥିବା ପ୍ରବୀର କୁମାର ପଣ୍ଡାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ସଂଘ ତରଫରୁ ଆୟୋଜନ କରା ଯାଇଥିଲା । ଏଥିରେ ପୂର୍ବତନ ବରିଷ୍ଠ କିରାଣୀ ବିଜୟ ପାଣିଗ୍ରାହୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସଂଘର ସଭାପତି କୋଷରାଜ ବେହେରା ,ସମ୍ପାଦକ ଜୟନ୍ତୀଲାଲ ସାହୁଙ୍କ ସମେତ ଅତିରିକ୍ତ ଶିକ୍ଷାଅଧିକାରୀ ଜୟନ୍ତ ପ୍ରଧାନ, ପୂର୍ବତନ ବିଆରସିସି ପରମାନନ୍ଦ ପଣ୍ଡା, ବରିଷ୍ଠ ଶିକ୍ଷକ ରବି କୁମାର ପାଲୋ, ସନ୍ନ୍ୟାସୀ ବାରିକ, ଦିବିନେଶ୍ୱର ମାଝୀ, ଠଣସୁନ୍ଦର ତାଣ୍ଡି, ପ୍ରମୁଖ ମଂଚାସୀନ ହୋଇଥିଲେ । ସଂଘ ତରଫରୁ କୈଲାସ ଚନ୍ଦ୍ର ଭୋଇ, ଦୀନବନ୍ଧୁ ମେହେର, ସବିତା ଦାସ, ବବିତା ସାହ, ବାସନ୍ତୀ ମାଧୁରୀ ଛତ୍ରିଆ ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଅତିଥି ମାନଙ୍କ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବରାଜ ମେହେର ମଂଚ ପରିଚାଳନା କରିଥିବା ବେଳେ ରାମକୃଷ୍ଣ ପ୍ରଧାନ, ଶଶିଭୂଷଣ ଖମାରୀ, ଅମୀୟ ନାଗ, ଭାଷ୍କର ଜାଲ, ବିମଲ ଛୁରା, ଜଳନ୍ଧର ଛୁରା, ନେତ୍ରାନନ୍ଦ ପ୍ରଧାନ, ଜିତାମିତ୍ର ବିଶି, ଜୟକୃଷ୍ଣ ମେହେର, ଟେପରା ସାହୁ, ନଳ ଭୋଇ, ରାଜେନ୍ଦ୍ର ଗୁରୁସମ୍ରାଟ ସାହୁ, ନରହରି ସାହୁ, କୃଷ୍ଣଚନ୍ଦ୍ର ଜେନା, ଭବାନୀ ଭୋଇ, କ୍ଷମାସାଗର ମେହେର, ବୃଷଭ ମାଝୀ, ବିଭୂତି ଭୂଷଣ ପ୍ରଧାନୀ, ତ୍ରିଲୋଚନ ବେହେରା, ଦିଲିପ ସାହୁ, ଧର୍ମୁ ହଂସ, ଆଲୋକ ସାହୁ, ଜଗନ୍ନାଥ ଦାସ, ଶଙ୍କର ତ୍ରିପାଠୀ, ରାଘବ ବାଗ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଜଗତ କଁଅର ଧନ୍ୟବାଦ୍‌ ଅର୍ପଣ କରିଥିଲେ । ପ୍ରାରମ୍ଭିକ ପୂଜା କାର୍ଯ୍ୟରେ ଜୟକୃଷ୍ଣ ସରାଫ, ବୈଷ୍ଣବ ଚରଣ ଦାସ, ଦେବଦତ୍ତ ରଥ, ବିଆରଟି ସଦାଶିବ ରଣା, ହରିପ୍ରିୟା ମହାନନ୍ଦ, ସସ୍ମିତା ଦେବତା ପ୍ରମୁଖ ସହ ଯୋଗ କରିଥିଲେ ।

Leave A Reply

Your email address will not be published.