ମ୍ୟାଲେରିଆ ପାଇଁ ସଚେତନତା ଅଭିଯାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ବ୍ରାହ୍ମଣୀ, ଛନଛଡା, ତୁଷ୍ଟାପାଲା, ସାଲେଦମକ ଗ୍ରାମରେ କୁମ୍ଭାରୀ ଜୟ ଜଗନ୍ନାଥ ତରଫରୁ ଏକ ଗାଁ ଗାଁ ବୁଲି ମେଲେରିଆ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ତେବେ ବୁଲୁ ବଗର୍ତ୍ତି, ସୌମ୍ୟରଂଜନ ବଗର୍ତ୍ତି, ପ୍ରଦୀପ ରତେଇ, ମଣ୍ଟୁ ପୋଡ଼, ଆକାଶ ମଲ୍ଲିକ, ଚିତ୍ର ମାଝୀ, ପୂଜା ଗୀତ ନାଚ ମାଧ୍ୟମରେ ମେଲେରିଆ ନିରାକରଣ, ଶିକ୍ଷା, ବାଲ୍ୟ ବିବାହ ନିରାକରଣ ସହିତ ରାସ୍ତା ଘାଟ ସଫାସୁତୁରା ରଖିବା ପାଇଁ ଦେଇଥିଲେ । ଆଶା କର୍ମି ଓ ଅଙ୍ଗନବାଡି କର୍ମି ସମେତ ଗ୍ରାମର ବିଭିନ୍ନ ଲୋକେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.