ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ କୋଠବାଡ଼ ପଞ୍ଚାୟତ ଅନ୍ତର୍ଗତ ବଡ଼ ଆଙ୍କୁଲା ଗ୍ରାମ କ୍ରିକେଟ୍ ପଡ଼ିଆ ଠାରେ ଅନୁଷ୍ଠିତ ଚତୁର୍ଥ ବାର୍ଷିକ ବସନ୍ତ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ୍ରେ ସମୁଦାୟ ୧୬ଟି ଦଳ ଭାଗ ନେଇ ସେମାନଙ୍କର କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ । ଶନିବାର ଅପରାହ୍ନରେ ଗ୍ଲାଡିୟର ବଡ଼ଆଙ୍କୁଲା ଟିମ୍ ସହ ଏମ୍.କେ.ସି.ସି. କଣାସ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ବଡ଼ଆଙ୍କୁଲା ଟିମ୍ ଟସ୍ ଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା । ଜବାବରେ କଣାସ ଟିମ୍ ୧୪ ଓଭରରେ ୪ ୱିକେଟ୍ ବିନିମୟରେ ୧୪୯ ରନ୍ ସଂଗ୍ରହ କରି ଚମ୍ପିଅନ୍ ଘୋଷିତ ହୋଇଥିଲା । ଅକ୍ଷୟ ସେଠୀ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ପରଭେସ୍ ଅଲ୍ଲୀ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଥିଲେ । ଶୁଭାଶିଷ ପ୍ରଧାନ ସ୍କୋରର୍ ଦାୟିତ୍ୱ ତୁଲାଇଥିଲେ । ଶରତ କୁମାର ପ୍ରଧାନ ଓ ସୌମ୍ୟରଞ୍ଜନ ପ୍ରଧାନ ମ୍ୟାଚ୍ ପରିଚାଳନା କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ପରାଜୟ ପାଇଁ ହତୋତ୍ସାହ ନ ହୋଇ ତ୍ରୁଟି ସୁଧାରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟବିତ୍ ନବଘନ ପ୍ରଧାନ, ଶିକ୍ଷାବିତ୍ ପବିତ୍ରମୋହନ ଜେନା, ସୁରେଶ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇ ଚମ୍ପିୟନ୍ ଟିମ୍କୁ ନଗଦ ୧୩ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ୍ ଟିମ୍କୁ ନଗଦ ୮ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରିଥିଲେ । ପିଙ୍କୁ, ପବିତ୍ର, ବବୁଲୁ, ଅଭୟ, ରାଜୀବ, ବୁଲୁ, ପ୍ରତାପ, କାହ୍ନା ଓ ତପୁନୁ ଟୁର୍ଣ୍ଣାମେଣ୍ଟ୍ ପରିଚାଳନାରେ ସହଯୋଗ କରିଥିଲେ ।
Next Post