jayashree

କବିତା : ଏତେ ପାଖେ ଆଲୁଅ

  • ମାଧୁରୀ ପଣ୍ଡା

ତୁମେ ମୋ’ ଭଲପାଇବାକୁ
କେମିତି ବୁଝ ଯେ’!

ଯାହା ନୀରବରୁ ନୀରବୀ ଯାଉଥିବା
ଏକ ଉଚ୍ଚାରଣ ମାତ୍ର….
କହି ପାରୁନି ତ’
ଭୋଗୁଛି ଅବଶ୍ୟ ।

ତାରାମାନେ କାହିଁଁକି ଉଜାଗର
ରାତି ଶୋଇରହେ ଶାନ୍ତ ହୋଇ
ଅନ୍ଧାରର କିଛି ଭାଷା ଥାଏ ନିଶ୍ଚୟ
ମୋତେ ଦେଖି ଯେ’ ହସିଦିଅନ୍ତି ।

ଏ ଜୀବନ ପାଇଁ
ଥରେ ଯେ ଓହ୍ଲାଇ ଆସିଲି
ମୋ’ ଭଲପାଇବାକୁ
ସାଥୀରେ ନେଇଯିବା ପାଇଁ
ଅନେକ ଅନେକ ଜନ୍ମ ।

ସଂସାରର ଅଜସ୍ର ନିୟମରେ ବି
ପ୍ରେମ ଯେ ସୁନ୍ଦର ଭାବେ
ଦାଉ ଦାଉ ହୋଇ ଜଳୁଥାଏ
କେହି ତ ବୁଝୁ…. ।

ଏତେ ଅନ୍ଧାର କହୁଛ ତ’ ?
ଜହ୍ନ ଆଲୁଅ ବି ତ’ ଅଛି
ଚାଲ,
ପାଦଟିକେ ଜୋର୍‌ରେ ପକାଇବା ।

ଦାମନଯୋଡ଼ି, କୋରାପୁଟ-୮
ମୋ.ନଂ.୮୮୯୫୧୮୫୪୨୫

Leave A Reply

Your email address will not be published.