ls

ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ୧୬ତମ ସ୍ଥାପନା ଦିବସ ପାଳିତ

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ପକ୍ଷରୁ ୧୬ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶ ସେବାରେ ବଲାଙ୍ଗିର ସିଆର୍‌ପିଏଫ୍‌ ୧୮୯ ବାଟାଲିଅନ୍‌ ଏକ ସ୍ୱର୍ଣ୍ଣିମ ଫର୍ଦ୍ଧ ସୃଷ୍ଟି କରିବ ବୋଲି ବିଶ୍ୱାସ କରାଯାଇଛି । ଗତ ୨୮ ତାରିଖ ଦିନ ଆୟୋଜିତ ୧୬ତମ ସ୍ଥାପନା ଦିବସ ଅବସରରେ ଇଂଟର୍‌ କଂପାନୀ ଭଲିବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଗତ ଶନିବାର ଦିନ ଶାନ୍ତିପଡ଼ା, ଗୋଶାଳା, ତଥା ୟୁନିଟ୍‌ ମୁଖ୍ୟାଳୟରେ ସିଆର୍‌ପିଏଫ୍‌ ମେଳାର ଆୟୋଜନ ହୋଇଥିବା ବେଳେ ଏଥିରେ ବଲାଙ୍ଗିର ସରକାରୀ ଆଇଟିଆଇର ଛାତ୍ର ଏବଂ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ସିଆର୍‌ପିଏଫ୍‌ ଯବାନମାନଙ୍କ ସମୃଦ୍ଧ ସଂସ୍କୃତି, ପରମ୍ପରା ଏବଂ ଇତିହାସକୁ ଦେଖିବା ତଥା ଅନୁଭବ କରିବା ଭଳି ଏକ ଅବସର ସୃଷ୍ଟି ହୋଇଥବଲା । ତେବେ ୨୮ ତାରିଖ ଦିନ ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ନିଜର ପ୍ରାଣ ବଳି ଦେଇଥିବା ବୀର ସହିଦଙ୍କ ଶ୍ରଦ୍ଧାଂଜଳି ଦେବା ସହ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ କମାଣ୍ଡେଣ୍ଟ ଯୋଗେନ୍ଦ୍ର ସିଂହ ମୋର୍ଯ୍ୟ ତଥା ସିଆର୍‌ପିଏଫ୍‌ର ଅଧିକାରୀ ବୃନ୍ଦ ସହିଦ୍‌ମାନଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ସୈନିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ସଂଧ୍ୟା ସମୟରେ ଅନୁଷ୍ଠିତ ହୋଇଥିଲା ରଙ୍ଗାରଙ୍ଗ ମନୋରଂଜନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଦେଶଭକ୍ତି ତଥା ଦେଶର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଲୋକନୃତ୍ୟ, ଡ୍ୟାନ୍ସ, ଭାଙ୍ଗଡ଼ା ଏବଂ ହୃଦୟସ୍ପର୍ଶୀ ଭାବନା ସମ୍ବଳିତ ନାଟକ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜର ପ୍ରିନ୍ସପାଲ୍‌ ତଥା ଡିନ୍‌ ଡା.ସବିତା ମହାପାତ୍ର ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ପ୍ରଧାନ ଶିକ୍ଷକ କରୁଣାନିଧି ଝାଙ୍କର ଯୋଗ ଦେଇ ସିଆର୍‌ପିଏଫ୍‌ର ଦେଶସେବାରେ ଯୋଗଦାନକୁ ପ୍ରଶଂସା କରିବା ସହ ଯବାନ୍‌ମାନଙ୍କ ଉତ୍ସାହିତ କରିଥିଲେ ।

pc pk
Leave A Reply

Your email address will not be published.