ତିନି ବର୍ଷର ଶିଶୁକନ୍ୟାକୁ ଯୋୖନ ନିର୍ଯ୍ୟାତନା ଅଭିଯୋଗ : ଅଭିଯୁକ୍ତକୁ କୋର୍ଟ ଚାଲାଣ

କଳାହାଣ୍ଡି, (ପି.କେ. ସାହୁ) : ଜଣେ ୩ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ତାର ମଉସା ଚକଲେଟ୍ କିଣିଦେବା ବାହାନାରେ ଡାକିନେଇ ଯୋୖନ ନିର୍ୟ୍ୟାତନା ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାଟି ଘଟିଛି ଲାଞ୍ଜିଗଡ଼ ଥାନାଞ୍ଚଳର ଏକ ଗାଁରେ । ପୁଲିସ ସୂତ୍ରରୁ ପ୍ରାପ୍ତ ଖବର ଅନୁଯାୟୀ, ଶିଶୁ କନ୍ୟାଟି ଗତକାଲି ନିଜ ମାଆ ସହ ମାମୁଘରକୁ ଝାମୁଯାତ୍ରା ଦେଖିବାକୁ ଆସିଥିଲା । ସନ୍ଧ୍ୟା ସମୟରେ ନର୍ଲା ଥାନା ଶାନ୍ତପୁର ଗାଁର କୁନୁ ମାଝୀ ଶିଶୁକନ୍ୟାଟିକୁ ଚକଲେଟ୍ କିଣିଦେବାକୁ କହି ଡାକିନେଇ ଅନ୍ଧାରରେ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ କୁନୁ ପୂର୍ବରୁ ସେଠାରେ ରହି ମିସ୍ତ୍ରୀ କାମ କରୁଥିଲା । ତେବେ ଶିଶୁ କନ୍ୟାଟି ଗୁରୁତର ହୋଇ ପଡିବାରୁ ରାତିରେ ପୀଡିତାର ମାଆ ଲାଞ୍ଜିଗଡ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଲାଞ୍ଜିଗଡ ଥାନା କେସ୍ ନଂ ୨୦/୨୦୨୧ରେ ଏକ ମାମଲା ରୁଜୁ କରି ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ଲାଞ୍ଜିଗଡ ପୁଲିସ ଅଭିଯୁକ୍ତ କୁନୁକୁ ଗିରଫ କରି ଥାନାକୁ ଆଣିଥିଲେ । ଏହାପରେ ତାକୁ ଡାକ୍ତରୀମାଇନା କରାଯାଇଥିବା ଥାନାଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି । ପୀଡିତାର ଅବସ୍ଥା ସଙ୍ଗୀନ ଥିବାରୁ ପ୍ରଥମେ ଭବାନୀପାଟଣା ଓ ସେଠାରୁ ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.