ଅଜଣା ଗାଡି ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ

ସଇଁନ୍ତଲା, (ଅଜିତ କମୁାର ସାହୁ) : ସଇଁନ୍ତଲା ବ୍ଳକ ଜାତୀୟ ରାଜପଥ ୨୬ ନମ୍ବର ଲାଂଥ ନଦୀ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶିକ୍ଷକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ମତେ ତରାସିହା ଗ୍ରାମର ଲବ ବେହେରା ତାଙ୍କ ଗ୍ରାମରୁ ସକାଳୁ ଉଠି ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ଯାଉଥିଲେ ହେଲେ ହଠାତ ଦ୍ରୁତ ଗତିରେ ଆସୁଥିବା ଅଜଣା ଗାଡି ଧକ୍କାରେ ଖସି ପଡି ଥିଲେ ।

ତେବେ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇବାରେ ଆମ୍ବୁଲେନ୍ସ ଯୋଗେ ତାଙ୍କୁ ସଇଁନ୍ତଲା ଡାକ୍ତରଖାନା ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।ତେବେ ଖବର ପ୍ରସାରିତ ହେବା ପରେ ଶିକ୍ଷକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.