csstore

ଖପ୍ରାଖୋଲ ବ୍ଳକ ସ୍ତରୀୟ ବିଞ୍ଝାଲ ସମାଜର କମିଟି ଗଠନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଖପ୍ରାଖୋଲ ଠାରେ ସ୍ବାଲାଖ ବିନ୍ଧ୍ୟଗିରି ବିଂଝାଲ ସମାଜର ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୁଡୁ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସମାଜର ବିଭିନ୍ନ ଦିଗ ଯଥା ଅର୍ଥନୀତି, ଏକତା, ସଂଗଠନ ସଦୃଢ, ଶିକ୍ଷା, ସ୍ବାସ୍ଥ୍ୟ, ନିଶା ପରମ୍ପରା, ରୀତିନୀତି ଆଦି ବିଷୟରେ ଆଲୋଚନା କରାଯାଇଥିଲା । ବ୍ଳକର ପ୍ରତ୍ୟେକ ପାଞ୍ଚାୟତ ସ୍ତରୀୟ ନୂତନ କମିଟିର ସଭାପତି, ସଂପାଦକ, ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଳକ ସ୍ତରୟୀ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ଲୋଚନ ସିଂ ବରିହା, ଉପସଭାପତି ଭାବେ ବିବାନ ବରିହା, ସଂପାଦକ ଭାବେ ପବିତ୍ର ବରିହା, ସହ ସଂପାଦକ ଭାବେ ଶୁକୃ ବରିହା, କୋଷାଧ୍ୟକ୍ଷ ଭାବେ ନୀଳାମ୍ବର ବରିହା, ଶିକ୍ଷାବିତ ମୀନକେତନ ବରିହା, ସ୍ଥାୟୀ ସଭ୍ୟ ବୁଠି ବରିହା, ମିଡ଼ିଆ ସେଲ୍ ସଂଯୋଜକ ଭାବେ ସାମ୍ବାଦିକ ଭୋଜରାଜ ବରିହା, ଗୋରେଖନାଥ ବରିହା ପ୍ରମୁଖ ରହିଥିବା ବେଳେ ସାମାଜିକ ସଂଗଠନ ସଂଯୋଜକ ଭାବେ କ୍ଷୀରସିନ୍ଧୁ ବରିହା, ସକ୍ରିୟ ସଭ୍ୟ ବ୍ରଜମୋହନ ବରିହା, ପତ୍ରବାହାକ (ଚପରାଶି) ସମାରୁ ବରିହା ମନୋନୀତ ହୋଇଥିଲେ । କରୁଆଁଝର ପଞ୍ଚାୟତ ସଭାପତି ବୁଡୁ ବରିହା, ତେଲେନପାଲି ସଭାପତି ସୀତାରାମ ବରିହା, ରେଙ୍ଗାଲି ସଭାପତି ସୁଗ୍ରୀବ ବରିହା, ମହରାପଦର ସଭାପତି ଦଶରୁ ବରିହା, ଭାନପୁର ଲିଙ୍ଗରାଜ ବରିହା, ବେନ୍ଦେର ସଭାପତି ମନୋହର ବରିହା, ଘୁନସର ସଭାପତି ରଥ ବରିହା, ଖପ୍ରାଖୋଲ ସଭାପତି ନେତ୍ରାନନ୍ଦ, ମାଟିଆଭଟା ସଭାପତି ଶଙ୍କର୍ଷଣ ଭୂଏ, ଓଡ଼ିଆପାଲି ସୁରେନ୍ଦ୍ର ବରିହା ପ୍ରମୁଖ ଉପସ୍ଥିତ ଥିବା ବେଳେ ରଥ ବରିହା ପରିଚାଳନା କରିଥିଲେ । ସୁଗ୍ରୀବ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.