
ରାଉରକେଲା, (ସସ୍ମିତା ପ୍ରଧାନ) : ଏସ୍.ପି.ସି.ବି ଏବଂ ୱା.ଇ.ଏମ୍.ଏଫ୍.ଆଇର ମିଳିତ ଆନୁକୂଲ୍ୟରେ ପ୍ରଦୂଷଣ ନିରାକରଣ ସଂକ୍ରାନ୍ତୀୟ ଚିତାଙ୍କନ ଓ ବକୃତା ପ୍ରତିଯୋଗିତା ସ୍ଥାନୀୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏସ୍.ପି.ସି.ବିର ରାଉରକେଲା ଆଞ୍ଚଳିକ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶ କ୍ରମେ ଅନୁଷ୍ଠିତ ପ୍ରତିଯୋଗିତାର ବିଷୟବସ୍ତୁ ୬ଟି ବର୍ଗଙ୍କ ପାଇଁ ଭିନ୍ନ ଭିନ୍ନ ଥିଲା । ପିଲାଙ୍କ ମଧ୍ୟରେ ଜିଜ୍ଞାସା ସୃଷ୍ଟି ସହ ନିର୍ମଳ ପରିବେଶ ଓ ପ୍ରଦୂଷଣ ନିରାକରଣ ସମ୍ପର୍କରେ ସଚେତନତା ଜାଗ୍ରତ ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା । ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ସ୍କୁଲର ପ୍ରାୟ ୪ ଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇ ନିଜ ଅନ୍ତର୍ନିହିତ କଳା ଓ ସୃଜନଶୀଳ ପ୍ରତିଭାର ପରିଚୟ ଦେଇଥିଲେ । ଏଥିରେ ଉପ ପରିବେଶ ଯନ୍ତ୍ରୀ ଇଂ ରମଣୀ ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । ୱାଇ.ଏମ୍.ଏଫ୍.ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଚାରକ ମଣ୍ଡଳୀରେ ଚିତ୍ରଶିଳ୍ପୀ ଦେବେନ୍ଦ୍ର ମହାରଣା, ସୁନିତା ମହନ୍ତ, ସରିତା ନାୟକ, ଶ୍ରୀଧର ସାହୁ ଡ. ପ୍ରାଚୀସ୍ମିତା ଜେନା, ବିଜେତା ମହାନ୍ତି, ସୋନି ସୁମିତ୍ରା ଦାଶ, ମିତାଞ୍ଜଳି ଦାସ, ସୋନାଲି ସରକାର, ରଶ୍ମିତା ସାହୁ, ଜୋତ୍ସ୍ନା ରାଣୀ ନନ୍ଦ, ମୋନାଲିସା ସାହୁ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟାଙ୍କନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍କାଉଟ ଗାଇଡ଼ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।