
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ କଳିଙ୍ଗ ପବ୍ଲିକ ସ୍କୁଲ ଠାରେ ସ୍ପାର୍କ ଏକ୍ସପୋ ୨-୦ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ବିଲ୍ୱ ସରକାରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ, ଆର୍ଟ ଏଣ୍ଡ କ୍ରାଫ୍ଟ ପ୍ରଦର୍ଶନୀ ସହ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଥିଲା । ଏହାସହ ସ୍କୁଲର କେଜି ବିଭାଗରେ ପଢୁଥିବା ଛାତ୍ରଛାତ୍ରୀମାନେ ଓଡ଼ିଶାର ୮ ଟି ଜିଲ୍ଲାର ପୋଷାକ, ସଂସ୍କୃତି ଉପରେ ପ୍ରଦର୍ଶନୀ କରିଥିଲେ । ସ୍କୁଲର ପ୍ରାୟ ଦେଢ଼ଶହରୁ ଅଧିକ ଛାତ୍ରଛାତ୍ରୀ ୧୨୦ଟି ପ୍ରକଳ୍ପ ମାଧ୍ୟମରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ବିଚାରକ ଭାବେ ରତ୍ନା ବାନାର୍ଜୀ, ସୋମାଲୀ ମଜୁମଦାର, ସୂର୍ଯ୍ୟକାନ୍ତି ସାମଲ, ରାଜେନ୍ଦ୍ର ପଲାଇ, ସ୍ମୃତିରଞ୍ଜନ ସାହୁ ଓ କଳ୍ପନା ଚୌଧୁରୀ ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲାବେଳେ ଟ୍ରଷ୍ଟି ରଞ୍ଜନ କୁମାର ନାୟକ ଉପସ୍ଥିତ ଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ସରକାରଙ୍କ ରଚିତ ପୁସ୍ତକ ହ୍ୟୁସିପର୍ସ ଅଫ୍ ଦି କ୍ଲାସ ରୁମ୍କୁ ଉପସ୍ଥିତ ଅତିଥିମାନେ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ରତ୍ନମଣୀ ମହାପାତ୍ର, ପ୍ରାର୍ଥନା ଭୋରାସାଗର, ଚିତ୍ରା ମହାନ୍ତି, ସୁଶାନ୍ତ ବିଶ୍ବାଳ, ଅଭିଷେକ ଅଗ୍ରୱାଲ, ସୁକାନ୍ତି ଶୁକ୍ଳା, ସୁରେଶ ଶର୍ମା, ସ୍ମୃତିରେଖା ମହାନ୍ତି, ପୂଜା ମଲ୍ଲିକ, ସମ୍ପୂର୍ଣ୍ଣା ମହାନ୍ତି ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକମାନେ ଯୋଗଦେଇଥିଲେ ।