jayashree

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ହୀରାପୁର ଛକ କେନାଲ ନିକଟସ୍ଥ କଲସେନ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣାରେ ଜନୈକ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗ୍ରାମର ଉଜ୍ଜ୍ୱଳ ଭୋଇ ଓ ଗୁରୁତର ଆହତ ଜଣକ ସଂଜୟ ବଗର୍ତ୍ତି । ଘଟଣାସ୍ଥଳରେ ଲୋଇସିଂହା ପୋଲିସ ଓ ଅଗ୍ନିଶମ ବାହନୀଙ୍କ ସହଯୋଗରେ ମୃତାହତଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ସଂଜୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲଙ୍କୁ ସ୍ଥାନତାରିତ କରାଯାଇଛି । ସୂଚନା ମତେ, ଡାକ ପାର୍ସଲ ଭେନ ଗାଡି ବଲାଙ୍ଗିର ପଟରୁ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାଯାଇଛି । ଓଲଟି ପଡ଼ିଥିବା ଭ୍ୟାନ ଗାଡି ତଳେ ଚାପି ସଞ୍ଜୟ ଗୁରୁତର ହୋଇଥିବା ଜଣାଯାଇଛି । ଲୋଇସିଂହା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇବା ସହିତ ଦୁର୍ଘଟଣାର ତଦନ୍ତ କରୁଥିବା ଆଇଆଇସି ସିପୋରା ସାଏରା ଲୁଗୁନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.