
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କମଲ ସିଂ ମାଝୀଙ୍କ ସଭାପତିତ୍ୱରେ ଅଭିଭାବକ ଶିକ୍ଷକ ସହଭାଗିତା କାର୍ଯ୍ୟକ୍ରମ ଓ ଜନଜାତି ଗୌରବ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗଦୀଶ ପ୍ରସାଦ ଖମାରୀ, ମୁଖ୍ୟବକ୍ତା ସିଆରସିସି ମଧୁସୂଦନ ମାଝୀ, ବିଶିଷ୍ଟ ଅତିଥି ପ୍ରସନ୍ନ ମାଝୀ ପୂର୍ବତନ ଆଦିବାସୀ ସଂଘ ସଭାପତି, ସମ୍ମାନିତ ଅତିଥି ଅନୀଳ କୁମାର ସା ପ୍ରଧାନ ଶିକ୍ଷକ ମହୁଲପଡା ଉଚ୍ଚ ବିଦ୍ୟାଳୟ, ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ଲିଙ୍ଗରାଜ ସା, ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଅହଲ୍ୟା ବାଗ, ସାମ୍ବାଦିକ ନୀଳମଣି ପଣ୍ଡା, ଲମ୍ବୋଦର ବାଗ ମଞ୍ଚାସୀନ ହୋଇଥିଲେ । ଦେବ ପୂଜନ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ହେବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଶିକ୍ଷୟିତ୍ରୀ ଜୋସ୍ଳାମୟୀ ଜଗତ ବିଦ୍ୟାଳୟ ବିବରଣୀ ପଠନ କରିଥିବା ବେଳେ ଆଦିବାସୀ ବିଭାଗରେ ଚାଲୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ବିଭିନ୍ନ ଯୋଜନା ସଂପର୍କରେ ନିମନ୍ତ୍ରିତ ଅତିଥି, ଶିକ୍ଷକ ଏବଂ ଅଭିଭାବକ ନିଜର ମତାମତ ପ୍ରଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନେକ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଡିସେମ୍ବର ମେହେର ପରିଚାଳନା କରୁଥିବା ବେଳେ ଶିକ୍ଷୟିତ୍ରୀ ମୋନାଲିସା ପତୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଶିଶୁ ସେବିକା ଦୀପାଞ୍ଜଳୀ ଭୋଇ, ଶିକ୍ଷକ ତ୍ରିନାଥ ମେହେର ସହଯୋଗ ପ୍ରଦାନ କରିଥିଲେ ।