କଳିଙ୍ଗାଘାଟିରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା : ଡ୍ରାଇଭର ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କୋଇଡା ବଡବିଲରୁ ଲୁହାପଥର ବୋଝେଇ ଟ୍ରକ ଗୋପାଳପୁର ପୋର୍ଟକୁ ଯାଉଥିବା ବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଆଜି ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି । ବିବରଣୀରୁ ପ୍ରକାଶ ଯେ, ଝାଡଖଣ୍ଡ ଅଞ୍ଚଳର ଡ୍ରାଇଭର ଉସ୍ତାବୁଲ୍ ଅନସାରୀ(୨୫) ଓ ହେଲପର ମୋବିନ୍ ଅନସାରୀ(୧୯) ସୁନ୍ଦରଗଡରେ ରହି ଆସୁଥିବା ବେଳେ ଆଜି ଲୁହାପଥର ବୋଝେଇ କରି ଗୋପାଳପୁର ପୋର୍ଟକୁ ନେଉଥିବା ସମୟରେ କଳିଙ୍ଗା ଘାଟି ଭିଲିଆପଟା ଠାରେ ଦୁର୍ଘଟଣା ଘଟି ଟ୍ରକଟି ଓଲଟି ଯାଇଥିଲା । ଘାଟିରେ ଜି.ଉଦୟଗିରି ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ପୁଲିସ ଜିପରେ ସ୍ଥାନୀୟ ସ୍‌ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡ୍ରାଇଭର ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.