
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କନେଷ୍ଟେବଳ ନିଯୁକ୍ତି ବିଜ୍ଞାପନ ୨୦୨୬ ଅନୁସାରେ କନେଷ୍ଟେବଳ ନିଯୁକ୍ତି ଏସ୍ସିବିସି ଛାତ୍ରଙ୍କ ପ୍ରତି ଅନ୍ୟାୟ ହୋଇଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ଜିଲ୍ଲା ଓବିସି ମଂଚ ବଲାଙ୍ଗିର ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀକୁ ଲିଖିତ ଅଭିଯୋଗ କରାଯାଇଛି । ରାଜ୍ୟରେ ମୋଟ ୪୨୧୯ ପଦ ମଧ୍ୟରୁ ଏସ୍ସିବିସିକୁ ମାତ୍ର ୮୫ ପଦ ମିଳିଛି ଯାହା ସଂରକ୍ଷଣ ନୀତିର ବିରୋଧରେ ଯାଉଛି । ୩୦ଟି ଜିଲ୍ଲାରୁ ୨୩ଟି ଜିଲ୍ଲାରେ ଏସ୍ସିବିସିକୁ ଶୂନ ବଲାଙ୍ଗିର ଜିଲ୍ଲାରେ ୧୧୬ ପଦରୁ ଏସ୍ସିବିସିକୁ ଶୂନ । ନିୟମନୁସାରେ ୧୩ଟି ପଦ ମିଳିବା କଥା । ଏଣୁ ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀମାନେ ଏକ ଦାବିପତ୍ର ଓବିସି ସଂଯୋଜକ ସରୋଜ କୁମାର ମେଶ୍ୱାଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଦାବିରେ ବିଜ୍ଞାପନକୁ ତୁରନ୍ତ ସଂଶୋଧନ, ବଲାଙ୍ଗିରରେ ଏସ୍ସିବିସିଙ୍କ ୧୩ଟି ପଦବୀ ପୂରଣ, ସମସ୍ତ ଜିଲ୍ଲାରେ ୧୧.୨୫% ଲାଗୁ. ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ଦାବି ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ସ୍ମାରକ ପତ୍ର ଦିଆଯାଇଛି । ଏଥିରେ ଛାତ୍ରମାନଙ୍କ ମଧ୍ୟରୁ ସତ୍ୟ ସାହୁ, କୈଳାସ ଭୋଇ, ନିରଞ୍ଜନ ଡାଙ୍ଗ, ସତ୍ୟ ପଧାନ, ଚିନ୍ମୟ ବଗର୍ତ୍ତି, ଅଶୋକ ସାହୁ, ଦିଲେଶ୍ୱର ପଧାନ, ଭରତ ଦନ୍ତା, ସିଦ୍ଧାର୍ଥ କରନ, ବବଲୁ ଡାଙ୍ଗ, ବିକାଶ ପଡକା ପ୍ରମୁଖ ଉପସ୍ଥିତ ଥିଲେ ।