
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ନୋଟାରୀ ତଥା ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ମିଶ୍ରଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ସ୍ୱର୍ଗତ ମିଶ୍ର ଜଣେ ମେଳାପୀ ଓ ଦରଦି ମଣିଷ ଭାବରେ ଜଣାଶୁଣା ଥିଲେ । ଦୀର୍ଘ ୫୦ ବର୍ଷ ଧରି ବଲାଙ୍ଗିର ଜିଲ୍ଲାରେ ନୋଟାରୀ ଭାବରେ କାର୍ଯ୍ୟ କରି ଲୋକପ୍ରିୟତା, ଦକ୍ଷତା, ନିଷ୍ଠା ଓ ଜ୍ଞାନର ପରିଚୟ ସୃଷ୍ଟି କରିପାରିଥିଲେ । ବୃତ୍ତିଗତ ଜୀବନରେ ଆମାୟିକ ବ୍ୟବହାର ଓକିଲମାନଙ୍କୁ ଉତ୍ତମ ବ୍ୟବହାର ରଖି ସେ ସୁସଂଗଠିତ କରିପାରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ବିୟୋଗରେ ବଲାଙ୍ଗିର ଜିଲ୍ଲା ତହସିଲ ପରିସରରେ କାର୍ଯ୍ୟରତ ଓକିଲମାନଙ୍କ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଓକିଲ ସଂଘର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ଆତ୍ମାର ସଦ୍ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଭାରେ ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ, ସଂପାଦକ ଅସୀତ ଷଡଙ୍ଗୀ, ସଭ୍ୟ ରୁଦ୍ର ଥନାପତି, ଦୟାନିଧି ଶତପଥି, ସଂଜୀବ ହୋତା, ଦେବେନ୍ଦ୍ର ସାହୁ, କୃଷ୍ଣ ଚନ୍ଦନ, ପ୍ରଦୀପ ବୁଡେକ, ପ୍ରଭାସ ମିଶ୍ର, ଅନଙ୍ଗ ମିଶ୍ର, ସୁରେଶ ସାହୁ, ଅମ୍ବୁଜ ମହାନ୍ତି, ପଦ୍ମନାଭ ପଟେଲ, ଅଶୋକ ରାଉତ ପ୍ରମୁଖ ଆଇନଜୀବୀ ଉପସ୍ଥିତ ରହି ମିଶ୍ରଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଥିଲେ ।