jayashree

ସ୍କୁଲ୍ ଛୁଟି ଅବଧି ବଢ଼ିଲା, ଗଞ୍ଜାମ ଜିଲ୍ଲାକୁ ୱେଲୋ ଏବଂ ରେଡ୍ ୱାର୍ଣ୍ଣି ଜାରୀ କଲା ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ପାଣିପାଗ ବିଭାଗ, ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ସୂଚନା ଅନୁଯାୟୀ ଗଞ୍ଜାମଜିଲ୍ଲାକୁ ୱେଲୋ ଏବଂ ରେଡ୍ ୱାର୍ଣ୍ଣି ଭାବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାରୀ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ସ୍କୁଲ୍ କଲେଜ୍ ଗୁଡ଼ିକର ଦଶହରା ପାର୍ବଣ ଛୁଟିର ଅବଧି ବଢ଼ିଲା । ଅକ୍ଟୋବର ୨୭, ୨୮,୨୯ ତାରିଖ ତିନି ଦିନ ଧରି ଲଗାଣ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗମୀ ୨୯ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଓ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଳାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଗୁଡିକରେ ଅଙ୍ଗନବାଡ଼ି ଦିଦି ଓ ସହାୟିକାମାନେ କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସୁରକ୍ଷା ଦୃଷ୍ଟିରୁ ପ୍ରତିଟି ଶିଶୁ ମାନଙ୍କୁ ପୋଷଣ ଖାଦ୍ୟ ଖାଇବା ପାଇଁ ଘରେ ଘରେ ପୁରପଲ୍ଲୀରେ ଦ୍ୱାର ଦ୍ୱାର ବୁଲି ବିତରଣ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ, ସମସ୍ତ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ଡ୍ୟୁଟିରେ ଉପସ୍ଥିତ ରହିବେ ଏବଂ ସେମାନଙ୍କର ଉପଯୁକ୍ତ ଦାୟିତ୍ୱରେ ନ୍ୟସ୍ତ ଭାବେ ପାଳନ କରିବେ ବୋଲି କୁହାଯାଇଛି । ଜିଲ୍ଲାରେ ୧୯୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ସୁରକ୍ଷିତ ଅବସ୍ଥାରେ ଚିକିତ୍ସିତ କରାଯାଉଛି । ତନ୍ମଧ୍ୟରୁ୧୧୭ ଜଣଙ୍କ ସୁରକ୍ଷିତ ଭାବେ ପ୍ରସୂତି ଅବା ଶିଶୁ ପ୍ରସବ ହୋଇଛି, ୯ ଜଣଙ୍କୁ ମାଆ ଗୃହକୁ ସ୍ଥାନାନ୍ତର କରାଯାଇଛି । ପ୍ରତିଟି ଲୋକଙ୍କର ଜୀବନ କୌଣସି କ୍ଷତି ନ ଘଟେ ସେଥିପ୍ରତି ଜିଲ୍ଲା ପ୍ରଶାସନ ତୀକ୍ଷଣ ନଜର ରଖିଛନ୍ତି ବୋଲି ଜଣାଯାଇଛି ।

Leave A Reply

Your email address will not be published.