
ବରଗଡ଼, (ମୁନ୍ନା ସାହୁ) : ଭୋଟର ଅଧିକାରର ସୁରକ୍ଷା ଓ ଗଣତନ୍ତ୍ରର ରକ୍ଷା ଦାବିରେ ବରଗଡ଼ରେ କଂଗ୍ରେସ ପକ୍ଷରୁ ‘ଭୋଟ୍ ବଞ୍ଚାଅ–ଦେଶ ବଞ୍ଚାଅ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ଗତ ୨୬ ଅକ୍ଟୋବର ସୋମବାର ସନ୍ଧ୍ୟା ୬ଟାରେ ଜନସମ୍ପର୍କ ପଦଯାତ୍ରା ସହ କୁଶପୁତ୍ତଳିକା ଦାହ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ। ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନ କ୍ରମେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ଅଗ୍ରଗାମୀ ଯୁବକ ସଂଘଠାରୁ ପଦଯାତ୍ରା ବାହାରି ରାଜୀବ ଗାନ୍ଧୀ ଛକ ଦେଇ ଗାନ୍ଧୀ ଛକରେ ପହଞ୍ଚିଥିଲା। ସେଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କଂଗ୍ରେସ କର୍ମୀମାନେ ପ୍ରତିବାଦ ସଭା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ମୁଖ୍ୟ ନିର୍ବାଚନ ଆୟୋଗ ସହ ଜଡ଼ିତ ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଭୋଟର ତାଲିକା ଓ ନିର୍ବାଚନ ପ୍ରକ୍ରିୟାକୁ ନେଇ ଦଳ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାଧୁଚରଣ ନେପାକ, ପର୍ଯ୍ୟବେକ୍ଷକ ଅଲବଟ କିଣ୍ଡୋ, ବ୍ରହ୍ମାନନ୍ଦ ମହାକୁଡ଼, ସରୋଜ କୁମାର ଷଡ଼ଙ୍ଗୀ, କିଶୋର ଦଫାଦାର, ପ୍ରତାପ ଚନ୍ଦ୍ର ନାୟକ, ସୁନିତା ବାଗ, କିଶୋର କୁମାର ସାହୁ, ରାଜେଶ ମହାପାତ୍ର, ଗଙ୍ଗାଧର ପୁଝାରୀ, ନିହାର ରଞ୍ଜନ ସେଠ, ତୁଲସୀ ବେହେରା, ଦିଲୀପ ନନ୍ଦ, ଅଶୋକ ଦାଶ, ଫିରୋଜ କନ୍ଦେର, ଅବଦୁଲ ଜମିଲ, ଅବଦୁଲ ଗଫର, ପ୍ରଦୀପ ଯାଦବଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ ।