ପାହାଡ ଶୀର୍ଷକ ବିଶ୍ୱନାଥ ଦେବଙ୍କ ପୀଠରେ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗର ପାହାଡଶୀର୍ଷ ବିଶ୍ୱନାଥ ଦେବଙ୍କ ପୀଠସ୍ଥଳୀରେ ୩୯ତମ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରେହରେ ବିଶ୍ୱନାଥ ପାହାଡ ବିଶ୍ୱଶାନ୍ତି ମହାଯଜ୍ଞ ସମିତି ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମାଘ ଶୁକ୍ଳ ସପ୍ତମୀ ଠାରୁ ସାତ ଦିନ ବ୍ୟାପି ଏହା ଚାଲିବ ଏବଂ ଆସନ୍ତା ଗୁରୁବାର ଗୋଧୂଳି ଲଗ୍ନରେ ପୁର୍ଣ୍ଣାହୁତି ହେବ । ବିଶ୍ୱର କଲ୍ୟାଣ ଓ ଶାନ୍ତି ପାଇଁ ଉଦ୍ଧିଷ୍ଟ ଏହି ବିଶ୍ୱଶାନ୍ତି ମହାଯଜ୍ଞର ଜଳଯାତ୍ରା ଶାଲାପୂଜା, ଦେବତା ଆବାହନ ଓ ଅଗ୍ନିସ୍ଥାପନ ଯଜ୍ଞଧିବାସ ସହ ନିତିକାନ୍ତି, ପୂଜାର୍ଚ୍ଚନା ଓ ପୁରୋହିତ ପୂଜକମାନଙ୍କ ମନ୍ତ୍ରଧ୍ୱନୀରେ ସମଗ୍ର ଅଚଂଳକୁ ପ୍ରକମ୍ପିତ କରିବା ସହ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି । ପ୍ରତ୍ୟେହ ଶତାଧିକ ଶ୍ରଦ୍ଧାଳୁ ସେମାନଙ୍କର ମନସ୍କାମନା ପୂରଣ ପାଇଁ ପ୍ରଭୁ ବିଶ୍ୱନାଥ ଦେବଙ୍କ କୃପାଲାଭ ନିମନ୍ତେ ସମାଗମ ଦେଖିବାକୁ ମିଳିଛି ।

Leave A Reply

Your email address will not be published.