
ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟର ତାଲିକା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲିବା ପ୍ରୟାସ ଆରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଭୋଟର ତାଲିକା ସଂଶୋଧନ ଓ ନୂତନ ଭୋଟର ତାଲିକା ନିମନ୍ତେ ଘର ଘର ସର୍ଭେ ଆରମ୍ଭ କରାଯାଇଛି । ଭୋଟର ତାଲିକା ସଂଶୋଧନ ନିମନ୍ତେ ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଗେଦଲନାଇଡୁପାଲେମ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସୋମବାର ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଗେଦଲନାଇଡୁପାଲେମ୍ ଗ୍ରାମରେ ଉପ-ଜିଲ୍ଲାପାଳ ଶିବାଶିଷ ବରାଳ ଘରକୁ ଘର ବୁଲି ଏହି ସର୍ଭେ କାର୍ଯ୍ୟକ୍ରମ ଶୁଭ ଆରମ୍ଭ କରିଥିଲେ । କେହି ବି ଯୋଗ୍ୟ ବ୍ୟକ୍ତି ଯେପରି ବାଦ୍ ନ ପଡ଼ିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଉଛନ୍ତି । କୌଣସି ବ୍ୟକ୍ତି ଅଯୋଗ୍ୟ ବ୍ୟକ୍ତି ଭାବେ ତାଲିକାରେ ବାଦ ନ ପଡ଼ିବେ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ବୋଲି କୁହାଯାଇଛି । ଭୁଲ ଥିବା ଭୋଟର ସଦସ୍ୟଙ୍କ ସଠିକ୍ ଭାବେ ପୁନର୍ବାର ସଂଶୋଧନ ହେବା ମୂଳ ଲକ୍ଷ୍ୟ ବୋଲି ଶ୍ରୀ ବରାଳ କହିଛନ୍ତି । ଏହି ଅବସରରେ ଛତ୍ରପୁର ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ପ୍ରମୁଖଙ୍କ ସମେତ ବହୁ ବିଏଲ୍ଓ ଏବଂ ସୁପରଭାଇଜର ଗଣ ଉପସ୍ଥିତ ଥିଲେ ।