jayashree

ପାଇକମାଲ ବିଇଓ କାର୍ଯ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ବିଇଓ ଶୁଭମ କୁମାର ପତିଙ୍କ ସଭାପତିତ୍ୱରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ କାର୍ଯ୍ୟାଳୟର କର୍ମଚାରୀମାନେ ଯୋଗଦେଇ ସଚ୍ଚୋଟତା, ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ପ୍ରଶାସନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ସହ ଦୁର୍ନୀତି ନିବାରଣ ଦିଗରେ ଜନସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସରକାରୀ କର୍ମଚାରୀମାନେ ନିଜ କର୍ତ୍ତବ୍ୟ ସମ୍ପାଦନ ସମୟରେ ସଚ୍ଚୋଟତା ଓ ନୈତିକତାକୁ ପ୍ରାଧାନ୍ୟ ଦେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହ ଶ୍ରୀପତି ସମସ୍ତ କର୍ମଚାରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଶିକ୍ଷା ବିଭାଗରେ ସ୍ୱଚ୍ଛତା, ନିଷ୍ଠା ଓ ଦାୟିତ୍ୱବୋଧ ବଜାୟ ରଖିବା ସହ ଶିକ୍ଷାର ବିକାଶ ପାଇଁ ସମସ୍ତେ ଦାୟିତ୍ୱର ସହ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଭଳି ସଚେତନତା କାର୍ଯ୍ୟକ୍ରମ ଦୁର୍ନୀତି ବିରୋଧୀ ମନୋଭାବ ଗଠନ କରିବା ସହ ସରକାରୀ କାର୍ଯ୍ୟାଳୟରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ କାର୍ଯ୍ୟସଂସ୍କୃତି ପ୍ରତିଷ୍ଠାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.