jayashree

ଅନ୍ୱେଷାର ୧୩୦ତମ ସାମୁହିକ ଜନ୍ମଦିନ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଅନ୍ୱେଷା ତରଫରୁ ୧୩୦ ତମ ସାମୁହିକ ଜନ୍ମଦିନ ସେକ୍ଟର ୮ ସ୍ଥିତ ବୃଦ୍ଧାଶ୍ରମ ଠାରେ ପାଳନ କରାଯାଇଥିଲା । ଅନୁଷ୍ଠାନର ସହଯୋଗୀ ଧନଞ୍ଜୟ ଚୌଧୁରୀ, ସ୍ୱର୍ଗତ ଶକ୍ତିସାଧନ ସାହା, ମଧ୍ୟମ ପାତ୍ର, ଅନୁଷ୍ଠାନର ସମ୍ପାଦିକା ରଶ୍ମିତା ପଣ୍ଡାଙ୍କ ଚଳିତ ମାସରେ ଜନ୍ମଦିନ ପଡୁଥିବାରୁ ସହରର ବିଭିନ୍ନ ଆଶ୍ରମରେ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହାସହ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମଧ୍ୟରୁ ଚଳିତ ମାସରେ ଜନ୍ମ ଗ୍ରହଣ କରିଥିବା ଓ ଉପରୋକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ କେକ୍ କଟାଯାଇଥିଲା । ଅନ୍ୱେଷାର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାଧବୀ ଚୌଧୁରୀ, ବିଭୁତି ଭୂଷଣ ସାହୁ, ମାନସୀ ଘୋଷ, ଦେବୀକା ଘୋଷ ପ୍ରମୁଖଙ୍କ ସମେତ ବୃଦ୍ଧାଶ୍ରମର ସୁରେଶ ମହାକୁଡ, ଶିବୁ ରାୟ, ସୁଜାତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳ ଋପାୟନ ନେଇ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.