jayashree

ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ-କ କ୍ଲଷ୍ଟର ଅନ୍ତର୍ଗତ ମୁଣ୍ଡାପାଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ନଅଗାଁ-କ କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଦେବଶିଷ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ୟାମ ମେହେର, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଏବିଇଓ ରଜନୀକାନ୍ତ ସାହୁ, ପ୍ରଧାନ ଶିକ୍ଷକ ଈଶ୍ୱର ବେହେରା ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଏବଇଓ ଅଜିତ କୁମାର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ରୂପାଧର ସାହୁ, ହେମନ୍ତ କୁମାର ସାହୁ, ବିଶ୍ୱନାଥ ସାହୁ, ଭରସୁଜ ସିଆରସିସି ରମେଶ ଚନ୍ଦ୍ର ତ୍ରିପାଠୀ, ରୋଥ୍ ସିଆରସିସି ସୁମନ୍ତ ସୁନା, ଲକ୍ଷ୍ମଣପାଲି ସିଆରସିସି ସନୋଜ କୁମ୍ଭାର, ଝରଣି ପାଲି ସିଆରସିସି ଅନିରୁଦ୍ଧ ଭୋଇ, ସମିତି ସଭ୍ୟା ବନିତା ନାଏକ, ଶଶିଭୂଷଣ ପଧାନ, ଯାଦବ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପ୍ରକୃଷ୍ଟ ମାଧ୍ୟମ ସୁରଭି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ନଅଗାଁ-କ କ୍ଲଷ୍ଟରର ୯ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ତଥା ନଅଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୦୦ ଜଣ ଛାତ୍ରୀ ଛାତ୍ର ଭାଗ ନେଇଥିଲେ । ମୋଟ ୪୧ଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀ ଆସନ୍ତା ୧୫ ଓ ୧୬ ଅକ୍ଟୋବର ରେ ବ୍ଲକ୍ ସ୍ତରୀୟ ସୁରଭିରେ ଭାଗ ନେବେ । କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, କୁଇଜ୍ ପରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଦ୍‌ଯାପନୀ ସଭାରେ ଶିକ୍ଷକ ପ୍ରଶିକ୍ଷିକା ଚିନ୍ମୟୀ ସାହୁ ଓ ସ୍ୱାଗତିକା ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ରମେଶ ଚନ୍ଦ୍ର ତ୍ରିପାଠୀ, ସନୋଜ କୁମ୍ଭାର, ସୁମନ୍ତ ସୁନା, ପ୍ରଦୀପ କୁମାର ଦେବତା, ବାଲେଷ୍ଟର ମେହେର, ପ୍ରିୟବର୍ଦ୍ଧନ ସାହୁ, ସନୋଜ କୁମାର ନାଗ, ଭରତ ପଧାନ, ଚିତ୍ତରଞ୍ଜନ ବେହେରା, ଅନନ୍ୟା ପଧାନ, ଆଶା ପଧାନ, ଶମ୍ଭୁନାଥ ସାହୁ, କିଶୋର ଚନ୍ଦ୍ର ବର୍ଗେ, ନରେଶ ଭୁଏ, ସଦାନନ୍ଦ ଭୁଏ, ଅରୁଣ ଦାଶ, କିରେଶ୍ୱର୍ ଦିପ, ଲକ୍ଷ୍ମୀକାନ୍ତ ସାହୁ, ବନବସ ବାଗ, ଶିବ ପ୍ରସାଦ ହୋତା, ପ୍ରମୁଖ ବିଚାରକ ଭାବେ ଦାୟିତ୍ଵ ନେଇଥିଲେ । ଅନିଲ ମହାନନ୍ଦ ମଞ୍ଚ ସଂଯୋଜନା କରିଥିବାବେଳେ ସୁଦୀପ୍ତ ପ୍ରଧାନ ପ୍ରିତିମୟୀ ସାହୁ, ମଞ୍ଜୁଲତା ସାହୁ, ରଶ୍ମିତା ସାହୁ, ପ୍ରମୁଖ ସହଯୋଗ କରୁଥିଲେ । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ଏବଂ ନଅଗାଁ କ, ମୁଣ୍ଡାପାଲି, ଗଣ୍ଡପାଲି, ହଳଦୀ ପଦର୍, ଡୁଡ଼ୁକାମୁଣ୍ଡା, ବାଇଗଣଖାରି, କଣ୍ଠିପାଲି ଆଦି ଆଖପାଖ ଗାଁର ଅଭିଭାବକ ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଶେଷରେ ସିଆର୍‌ସିସି ଦେବଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.