jayashree

ସାଲେମୁଡଗା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଅନ୍ତର୍ଗତ ସାଲେମୁଡଗା କ୍ଳଷ୍ଟରର ଟିକ୍ରାପଡା ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଆର୍‌ସିସି ମୋହନ ବରିହାଙ୍କ ତତ୍ତ୍ୱାବଧାନରେ ସମୃଦ୍ଧ ଭାଷା ସମୃଦ୍ଧ ଓଡ଼ିଶା ଉପରେ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବକ୍ତୃତା, ଗୀତ, ଶୃତଲିଖନ, ପ୍ରବନ୍ଧ, ଦଳଗତ ସାଂସ୍କୃତିକ ନୃତ୍ୟ ଆଦିରେ ଅଂଶ ଗ୍ରହଣ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭାରେ ସାଲେମୁଡଗା ସିଆରସିସି ମୋହନ ବରିହା, ସିଆର୍‌ଜି ଆକାଶ ମେହେର ପ୍ରଧାନ ଶିକ୍ଷକ ରୋହିତ କିଶୋର ବାରିକ, ସଭାପତି ମହେଶ ମୋହନ ପୁଟେଲ, ରତିନ୍ଦ୍ର ରାଏ, ସବିତା କୁମ୍ଭାର, ଭରତ ମିର୍ଦ୍ଧା, ଗିରିଶ ଚନ୍ଦ୍ର ମାଝୀ, ବୃନ୍ଦାବନ ଭୋଇ, ମୁକୁନ୍ଦ ପୁଟେଲ, ଜ୍ୟୋତ୍ସ୍ନା ମେହେର, ହୃଦାନନ୍ଦ କୁମ୍ଭାର, ହରିଶ ଚନ୍ଦ୍ର ଧରୁଆ, ଭଗବାନ ମେହେର, ଭବାନୀ ଶଙ୍କର ମାଝୀ, ଗଗନ ବିହାରୀ ମହାକୁର ଓ ଚନ୍ଦ୍ରଭାନୁ ସଗ୍ରିଆ ଯୋଗ ଦେଇଥିଲେ । ଶିକ୍ଷକ ଟିକଚନ ଧରୁଆ ମଞ୍ଚ ପରିଚାଳନା କରିଥିଲେ । ପ୍ରତିଯୋଗିତା ଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ଗାଇଡ଼ ଶିକ୍ଷକ କୌଶଲ୍ୟା ମାଝୀ, ବିମଳ କୁମାର ପାଣ୍ଡେ, ମନୋହର ବୁଡ଼େକ, ଭୂପିନ୍ଦ୍ର ସିଂ, ଗୋକୁଳାନନ୍ଦ ବାରିକ, ଖଗେଶ୍ୱର ପୋଢ଼, ସୁରେଶ କୁମାର ଧରୁଆ, ତପୋଧନ ଭୋଇ, ଲିଙ୍ଗରାଜ ବାଗ, ସୁଶାନ୍ତ କୁମାର ଭୂୟାଁ, ରତନ ବାଗ, ଶୁଭଶ୍ରୀ ବେହେରା, ଡିଲେଶ୍ୱର ତୁମୁନିଆ, ଅଶୋକ କୁମାର ବିନ୍ଧାଣି, ସଞ୍ଜୁ ପଟେଲ, ସ୍ଥିତିପ୍ରଜ୍ଞା ସ୍ୱାଇଁ, ଚେତସ୍ୱିନୀ ନାଏକ, କୌଶିକ ସଗ୍ରିଆ, ସସ୍ମିତା ମେହେର, ହିମାଂଶୁ ସଗ୍ରିଆ, ଧନଞ୍ଜୟ ସଗ୍ରିଆ, ଅଙ୍କିତା ମେହେର, ସୁଷମାକାନ୍ତି ନାଗ, ସୁରେଶ ନାୟକ, ସୁରେଶ ସାହୁ, ସୁମନ୍ତ କୁମାର କେଇ, ସୁଶାନ୍ତ କୁମାର ନାଗ, ସୋମନାଥ ମେହେର, ଶାନ୍ତିଲତା ମେହେର, କ୍ଷୀରସିନ୍ଧୁ ଜାନି, ବିଜୟ କୁମାର ବରିହା, ଆଶିଷ ବାଗ, ସରସ୍ୱତୀ ବରିହା, ମିନତୀ ପ୍ରଭା ପଣ୍ଡା, ସହଯୋଗ କରିଥିଲେ । ପରିଶେଷରେ ଉଦ୍‌ଯାପନୀ ସଭାରେ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ସ୍ମୃତିଫଳକ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.