jayashree

ବଙ୍ଗୋମୁଣ୍ଡା ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ୱଷ୍ଟି ନକ୍ଷତ୍ର ସମାରୋହ ଉତ୍ସବ

  • ୨ ପୁସ୍ତକ ଉନ୍ମୋଚନ କଲେ ନିମନ୍ତ୍ରିତ ଅତିଥି
  • କବି ଯୁଗଳ କିଶୋର ଷଡଙ୍ଗୀଙ୍କ “ଚେତନାର କାଦମ୍ବିନୀ” ଓ କବି ଜ୍ୟୋତିପ୍ରକାଶ ଗଡତ୍ୟାଙ୍କ “ସ୍ମରଣ” ପୁସ୍ତକ ଉନ୍ମୋଚିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ଥିବା ଡଃ. ପ୍ରଭାତୀ ରଥ ମହିଳା ମହାବିଦ୍ୟାଳୟ ବଙ୍ଗୋମୁଣ୍ଡା ପରିସରରେ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ୱଷ୍ଟି ନକ୍ଷତ୍ର ସମାରୋହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ବାଗଦେବୀ ମା’ ସରସ୍ୱତୀଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ହୋଇଥିଲା । ବଙ୍ଗୋମୁଣ୍ଡା ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦ ସଭାପତି ଡଃ. ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ଭାବେ କୁଟୁମଡୋଲା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ବିନୟ କୁମାର ଦାସ, ସମ୍ମାନୀୟ ଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟିକ ଡଃ. ଯୁଗଳ କିଶୋର ଷଡଙ୍ଗୀ, ଡଃ. ପ୍ରଭାତୀ ରଥ ମହିଳା ବିଦ୍ୟାଳୟର ଚେୟାରମ୍ୟାନ ଲାଲସାଏ ତାଣ୍ଡି, ପୂର୍ବତନ ଅଧ୍ୟକ୍ଷା ମିନତୀ ରଥ, ଅଧ୍ୟକ୍ଷା ଅନିତା ସୁନାନୀ, କଣ୍ଟାବାଞ୍ଜି ନିର୍ଝରିଣୀ ସାହିତ୍ୟ କଳା ପରିଷଦର ସମ୍ପାଦକ ବିରଞ୍ଚି ନାରାୟଣ ଦାସ, ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସାହିତ୍ୟିକ ଜ୍ୟୋତିପ୍ରକାଶ ଗଡତ୍ୟା ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୃଷ୍ଟି ନକ୍ଷତ୍ର ସମାରୋହ ଅବସରରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଏକ ଗୌରବମୟ ଓ ସାହିତ୍ୟମୟ ପରିବେଶ ସୃଷ୍ଟି କରିଥାଏ । ପୁସ୍ତକ ହେଉଛି ଜ୍ଞାନ, ଚିନ୍ତାଧାରା ଓ ସୃଜନଶୀଳତାର ଏକ ଅମୂଲ୍ୟ ସମ୍ପଦ । ଏହି ଉନ୍ମୋଚନ ମାଧ୍ୟମରେ ଲେଖକଙ୍କ ସାଧନା ଓ ସାହିତ୍ୟ ପ୍ରତି ନିଷ୍ଠାକୁ ସମ୍ମାନ ଜଣାଇବା ସହ ପାଠକଙ୍କ ନିକଟରେ ନୂତନ ଚିନ୍ତାଧାରା ପହଞ୍ଚାଇବାର ସୁଯୋଗ ସୃଷ୍ଟି ହୋଇଥାଏ । ଏଭଳି ସାହିତ୍ୟିକ ଆୟୋଜନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର-ପ୍ରସାର ସହ ନୂତନ ପ୍ରତିଭାଙ୍କୁ ଉତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ପୁସ୍ତକ ଉନ୍ମୋଚନ କେବଳ ଏକ ଔପଚାରିକତା ନୁହେଁ, ଏହା ଜ୍ଞାନ, ସୃଜନଶୀଳତା ଓ ସାହିତ୍ୟର ଏକ ନୂତନ ଯାତ୍ରାର ଶୁଭାରମ୍ଭ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । କବି ଯୁଗଳ କିଶୋର ଷଡଙ୍ଗୀଙ୍କ ଚେତନାର କାଦମ୍ବିନୀ ଓ କବି ଜ୍ୟୋତିପ୍ରକାଶ ଗଡତ୍ୟାଙ୍କ ସ୍ମରଣ ପୁସ୍ତକ ଉନ୍ମୋଚିତ କରାଯାଇଛି । ଏଥିରେ ଅଧ୍ୟାପିକା ମମିତା ମିଶ୍ର ଓ ଅଧ୍ୟାପକ ଦୀପକ କୁମାର ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସାମ୍ବାଦିକ ହୁଲେଶ୍ୱର ହଂସକୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଘନଶ୍ୟାମ ମନହୀରା ପରିଚାଳନା କରିଥିଲେ । ଏଥିରେ ଅଧ୍ୟାପିକା ମଦନ ମହାନନ୍ଦ, ଧୁବଲେଶ୍ୱର ବେହେରା, ଗୌରବ ବେହେରା, ଆଲୋକ ରଞ୍ଜନ ବେହେରା, ମୁକେଶ ସାହୁ, ଜୟଶ୍ରୀ ଦଣ୍ଡସେନା, ମଧୁସ୍ମିତା ନିଆଲ, ଶୁଭାସିନୀ କର୍ମୀ, ମମିତା ସା, କର୍ମଚାରୀ ଭାଗ୍ୟବନ୍ତ ବନଛୋରଙ୍କ ସମେତ ଚଉଷଠୀ ଯୋଗିନୀ ସାହିତ୍ୟ କଳା ପରିଷଦର ସମସ୍ତ କର୍ମକର୍ତ୍ତା ମାନେ ସାମିଲ ହୋଇ ସହଯୋଗ କରିଥିଲେ ।

Leave A Reply

Your email address will not be published.