
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ସଦର ମହକୁମାରେ ଥିବା ପିଏମଶ୍ରୀ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଲେବଡ଼ା କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ”ସୁରଭି’ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ ମୁଖ୍ୟ ଅତିଥି,ଲେବଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ଦମୟନ୍ତୀ ହାତୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁତିବାହାନ ମୁନା ପ୍ରମୁଖ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବରିଷ୍ଠ ଶିକ୍ଷକ ସୁନୀଲ କୁମାର ଅଗସ୍ତି ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଭାବ, ଭାଷା ଓ ସଂସ୍କୃତି ସମ୍ୱନ୍ଧରେ ଆଲୋକପାତ କରିଥିଲେ । ଲେବଡ଼ା ପିଏମଶ୍ରୀ ପାଟଣେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲେବଡ଼ାର ପରିଚାଳନା କମିଟି ସଭାପତି ହେମସାଗର ସାହୁ,ଶିକ୍ଷକ ଅନିଲ କୁମାର ବେହେରା, ବିନୟ ଅଗସ୍ତି, ରଶ୍ମିତା ନାଗ, ସୁନିତା ହରପାଲ, ପ୍ରମୋଦ କୁମାର ଜେନା, ଗଜାନନ୍ଦ ମହାନନ୍ଦଙ୍କ ସହ ଲେବଡ଼ା କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ପ୍ରତିଯୋଗୀ ଛାତ୍ରଛାତ୍ରୀ ଉତ୍ସବରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତୋଷକୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ରାଜୀବ ଲୋଚନ ଦାସ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ସମ୍ପୂର୍ଣ ସହଯୋଗ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱରୋ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।