jayashree

ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ଦାୟିତ୍ୱରେ ଶ୍ରୀମତୀ ସାଡ଼ି ଶାରଦା ରେଡ୍ଡୀଙ୍କ କାର୍ଯ୍ୟଭାର ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ଦାୟିତ୍ୱରେ ଶ୍ରୀମତୀ ସାଡ଼ି ଶାରଦା ରେଡ୍ଡୀ ଅନୁଷ୍ଠାନିକ ଭାବେ ଶୁକ୍ରବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଛତ୍ରପୁର ସହରାଞ୍ଚଳକୁ ପରିବର୍ଦ୍ଧିତ କରି ମ୍ୟୁନିସିପାଲିଟି ଗଠନ ହେବା ପରେ ଛତ୍ରପୁର ବ୍ଲକର ପାଞ୍ଚଟି ପଞ୍ଚାୟତ ଛତ୍ରପୁର ମ୍ୟୁନିସିପାଲିଟିରେ ସମ୍ମିଶ୍ରଣ ହୋଇଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାର୍ଜିଷ୍ଟ୍ରେଟଙ୍କ ଆଦେଶନାମା ଜାରି ହେବା ପରେ ଉକ୍ତ ପଞ୍ଚାୟତ ଗୁଡ଼ିକରେ ସରପଞ୍ଚ, ନାଏବ ସରପଞ୍ଚ ଓ ସମିତିସଭ୍ୟ, ୱାର୍ଡ଼ ସଭ୍ୟଙ୍କ ପଦବୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରଦ୍ଧ ଘୋଷିତ ହୋଇଛି । ତେଣୁ ଅଗସ୍ତି ନୂଆଗାଁ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀଙ୍କ ପଦବୀ ଅବା ଅଧ୍ୟକ୍ଷା ପଦବୀ ରଦ୍ଧ ଘୋଷିତ ହେବା ପରେ ଛତ୍ରପୁର ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ସାଡ଼ି ଶାରଦା ରେଡ୍ଡୀଙ୍କୁ ଅଧ୍ୟକ୍ଷା ପଦବୀ ଅଳଙ୍କୃତ କରିବାର ବୈଧାନିକ ନୀତି ଅନୁଷ୍ଠାନିକ ଭାବେ ସମାହିତ ହୋଇଯାଇଛି । ଛତ୍ରପୁର ପଞ୍ଚାୟତ ସମିତି ସଭା ଗୃହରେ ଶୁକ୍ରବାର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମ ଜିତ୍ ସାହୁ ଏହି କାର୍ଯ୍ୟକ୍ରମରେ ଆଗତ କରିଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ରେଡ୍ଡୀଙ୍କ ଅଧ୍ୟକ୍ଷା ଦାୟିତ୍ୱ ନିର୍ବାହ କରିବା ପୂର୍ବକୁ ତାଙ୍କୁ ସଭା ମହଲରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆନୁଷ୍ଠାନିକ ସଭାରେ ଛତ୍ରପୁର ବ୍ଲକର ବିଭିନ୍ନ ଉନ୍ନୟନ ଦିଗରେ ପଦକ୍ଷେପ ଉପରେ ଆଲୋକପାତ କରାଯିବା ସାଂଗକୁ ବହୁ ହିତାଧିକାରୀଙ୍କୁ ରାସନକାର୍ଡ, ମଧୁବାବୁ ପେନସନ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଆଦି ପ୍ରଦାନ କରାଯାଇଛି । ସଭା ମହଲରେ ସମସ୍ତ ପଞ୍ଚାୟତ ସମିତି ପ୍ରତିନିଧି, ପୂର୍ବତନ ପି.ଆର୍. ମେମ୍ବର, ବହୁ ଭାଜପା ନେତା, ନେତ୍ତୃବର୍ଗ ତଥା ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

Leave A Reply

Your email address will not be published.