jayashree

ଶୁଣିଲାନି ବ୍ଲକ୍ ପ୍ରଶାସନ : ପଞ୍ଚାୟତ କଲା ମରାମତି

  • ଅଚଳ ଅମୃତ ଧାରା ପ୍ରକଳ୍ପରୁ ବାହାରିଲା ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ସିକୁଆଁରେ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ଅମୃତ ଧାରା ପ୍ରକଳ୍ପ ନିର୍ମାଣ ହେବା ଦିନଠାରୁ ଅଚଳ ହୋଇ ପଡ଼ି ରହିଥିବା ଅମୃତ ଧାରା ପ୍ରକଳ୍ପ ମରାମତି ପାଇଁ ବ୍ଲକ୍ ପ୍ରଶାସନକୁ ଅଭିଯୋଗ କରିବା ସତ୍ତ୍ୱେ ମରାମତି କାର୍ଯ୍ୟ ନ ହେବାରୁ ଶେଷରେ ପଞ୍ଚାୟତ ପ୍ରଶାସନର ହସ୍ତକ୍ଷେପ ପରେ ଏହାର ମରାମତି କାର୍ଯ୍ୟ ସମ୍ପନ୍ନ ହୋଇଛି । ବ୍ଲକ୍ ପ୍ରଶାସନର ଉଦାସୀନତା ଯୋଗୁଁ ଦୀର୍ଘ ଦିନ ଧରି ଏହି ପ୍ରକଳ୍ପଟି ସାଧାରଣ ଲୋକଙ୍କ କୌଣସି କାମରେ ଆସିପାରୁ ନଥିଲା । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ ପ୍ରାୟ ଗ୍ରୀଷ୍ମ ମାସ ଆରମ୍ଭରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ମାତ୍ର କାର୍ଯ୍ୟ ଶେଷ ହେବା ଦିନରୁ ହିଁ ଏଥିରେ କେତେକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପ୍ରକଳ୍ପଟି ଆରମ୍ଭରୁ ହିଁ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଥିଲା । ଏହି ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘ ଦିନରୁ ବ୍ଲକ୍ ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ମରାମତି ପାଇଁ ବାରମ୍ବାର ଦାବି କରି ଆସୁଥିଲେ । ତେବେ ଜନସାଧାରଣଙ୍କ ଗୁହାରି ସତ୍ତ୍ୱେ ବ୍ଲକ୍ ପ୍ରଶାସନ ଏଥିପ୍ରତି କୌଣସି ଧ୍ୟାନ ଦେଇନଥିଲା । ଶେଷରେ ପ୍ରଶାସନିକ ନିଷ୍କ୍ରିୟତାକୁ ଦେଖି ପଞ୍ଚାୟତ ତରଫରୁ ନିଜସ୍ୱ ଉଦ୍ୟମରେ ପ୍ରକଳ୍ପର ମରାମତି କାର୍ଯ୍ୟ ହାତକୁ ନିଆଯାଇ କାର୍ଯ୍ୟକ୍ଷମ କରାଯାଇଛି । ମରାମତି ପରେ ପ୍ରକଳ୍ପଟି ସଚଳ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ପଞ୍ଚାୟତର ଏହି ପଦକ୍ଷେପକୁ ପ୍ରଶଂସା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.