
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଅନ୍ତର୍ଗତ ଘୁଚିପାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅନୁକୂଲ୍ୟରେ ଅର୍ଡା ଗାଁରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବସୁନ୍ଧରା ସାମଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶିବିରରେ ବନ୍ଧପଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡ. ସୁମିତ୍ରା ଦାଶ ଯୋଗ ଦେଇ ରୋଗୀ ପରୀକ୍ଷା କରିଥିଲେ । ସମସ୍ତ ପ୍ରକାର ଅଣସଂକ୍ରାମକ ରୋଗ ଡାଇବେଟିସ, ବ୍ଲଡପ୍ରେସର, କ୍ୟାନ୍ସର, ଥାଇରଏଡ଼ ସହ ବିଭିନ୍ନ ରୋଗର ବିଶେଷ ଯାଞ୍ଚ ସହ ଚିକିତ୍ସା କରି ଔଷଧ ବିତରଣ ଏବଂ ଆବଶ୍ୟକ ସ୍ଥଳେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ଏହାସହ ଯୋଗ ପ୍ରଶିକ୍ଷିକା ମନୀଷା ନାଗଙ୍କ ତତ୍ୱାବଧାନରେ ଯୋଗ ପ୍ରଶିକ୍ଷଣ ଶିବିର ମଧ୍ୟ ହୋଇଥିଲା । କିଶୋରୀ, ଗର୍ଭବତୀ, ପ୍ରସୂତି, ବୟୋଜ୍ୟେଷ୍ଠମାନଙ୍କୁ ଭିନ୍ନ ଭିନ୍ନ ଭାବେ ପରାମର୍ଶ ସେବା ଦିଆଯାଇଥିଲା । ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଲୋକ ଏହି ଶିବିରରେ ଯୋଗ ଦେଇଥଲେ । ଏହି ଶିବିରରେ ସେକ୍ଟରର ସମସ୍ତ ଆଶାକର୍ମୀ ସହଯୋଗ କରିଥିଲେ ।