
ଆଗଲପୁର, (ବିମଳେନ୍ଦୁ ସାହୁ) : ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଜାତିର ଜନକ ସତ୍ୟ ଓ ଅହିଂସାର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ବିଜୁ ଜନତା ଦଳ ଆଗଲପୁର ବ୍ଲକ ତରଫରୁ ପଟୁଆପାଲି ପଞ୍ଚାୟତ ପାଣ୍ଡରିଡୁଙ୍ଗରି ଗ୍ରାମରେ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ବିଜେଡି ସଭାପତି ଉତ୍ତମ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ଲୋଇସିଂହା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ଜିଲ୍ଲା ବିଜେଡି ସମ୍ପାଦକ ଗୋବର୍ଦ୍ଧନ ସାହୁ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ବିଜୟ ଦାସ, ପଟୁଆପାଲି ସମବାୟ ସମିତି ସଭାପତି ପ୍ରମୋଦ ମିଶ୍ର, ଜଗବନ୍ଧୁ ପଧାନ, ପୂର୍ବତନ ସରପଞ୍ଚ ଅବିଲ୍ୟ ଛତ୍ରିଆଙ୍କ ସମେତ ବିଜୁ ଜନତା ଦଳର କର୍ମକର୍ତ୍ତା ଓ ବିଭିନ୍ନ ପଂଚାୟତର ସରପଞ୍ଚ ତଥା ସମିତି ସଭ୍ୟ ଉପସ୍ଥିତ ଥିଲେ । ଏହି ପଦଯାତ୍ରାରେ ଗ୍ରାମ ପରିଭ୍ରମଣ କରିବା ସହିତ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସ୍ଥିତ ଅତିଥି ଗଣ ବିଗତ ଦିନରେ ବିଜେଡି ସରକାରଙ୍କ ସଫଳତାର ଗାଥା ବଖାଣିଥିବା ବେଳେ ଶାସକ ଦଳ ବିଜେପିର ବିଫଳତା ଉପରେ ଲୋକଙ୍କୁ ସଚେତନ କରାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବରୁଣ ମହାକୁଡ଼, ବିକାଶ ସାହୁ, ତ୍ରିଲୋଚନ ସାହୁ, ଆନନ୍ଦ ମେହେର, ରାଜୁ ସେଠ, ରାଧେଶ୍ୟାମ ଭୋଇ, ରାଜୀବ ସେଠ୍, ପବିତ୍ର ପଧାନ ବିକାଶ ପ୍ରମୁଖ ସହାୟତା କରିଥିଲେ । ପରିଶେଷରେ ଆଗଲପୁର ବ୍ଲକ ଯୁବ ବିଜେଡ଼ି ସଭାପତି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।