
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିଖାଲ ବଜାର ପରିସରରେ “ସ୍ଵଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟପାଣି ଉଡୁ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ, କନିଷ୍ଠ ଯନ୍ତ୍ରୀ କେଦାରନାଥ ମେହେର, ବିଆରସି ଛବିଳ କୁମ୍ଭାର, ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରା, ଏଡିଇଓ ଜିତେନ୍ଦ୍ରିୟ ସାହୁ, ବିଶିଷ୍ଟ ସମାଜ ସେବୀ ଯୁଧିଷ୍ଟିର ପଧାନ ପ୍ରମୁଖ ଯୋଗ ଦେଇଥିଲେ । ଏଥି ସହିତ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା, ଆଶା ତଥା ଅଙ୍ଗନବାଡି କର୍ମୀ, ସିଆରପି, ଏସ୍ଏଚଜି ସଦସ୍ୟା, ଭିବିଜି ରାମଜୀ ଶ୍ରମିକ ତଥା ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଉଡୁ ବଜାର ପରିସରରେ ପ୍ରଥମେ ବୃକ୍ଷ ରୋପଣ କରିବା ପରେ ସମସ୍ତଙ୍କ ସହଯୋଗ କ୍ରମେ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।