jayashree

ଗୋଳାବାରୁଦ କାରଖାନା ବଡ଼ମାଲରେ ଏମ୍‌ଆଇଏଲ୍‌ ପ୍ରତିଷ୍ଠା ଦିବସ ପାଳିତ

ସଇଁତଲା, (ଖୁସିରାଣୀ ସାହୁ) : ଗୋଳାବାରୁଦ କାରଖାନା ବଡ଼ମାଲ ପରିସରରେ ମ୍ୟୁନିସନସ୍ ଇଣ୍ଡିଆ ଲିମିଟେଡ (ଏମ୍‌ଆଇଏଲ୍‌)ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କାରଖାନାର ଫାଟକ -୨ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କାରଖାନାର ମୁଖ୍ୟ ମହାପ୍ରବନ୍ଧକ ବିଭୂତି ଭୂଷଣ ପଟେଲ ଯୋଗଦାନ କରି ଏମ୍‌ଆଇଏଲ୍‌ର ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ କାରଖାନାର ସମସ୍ତ ଅଧିକାରୀ ଓ କର୍ମଚାରୀଗଣ ଯୋଗଦାନ କରିଥିଲେ । ପରେ କାରଖାନାର ମୁଖ୍ୟ ସଭାଗୃହରେ ଆୟୋଜିତ ଭିନ୍ନ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପଟେଲ ଯୋଗଦାନ କରି କୃତ୍ତି କର୍ମଚାରୀ ତଥା ଏମ୍‌ଆଇଏଲ୍‌ ଦିବସ ପାଳନ ଅବସରରେ ଆୟଜିତ ବିଭିନ୍ନ ପ୍ରତିଯୋଗିତା ଗୁଡିକର ବିଜୟୀ ମାନଙ୍କୁ ପୁରସ୍କୃତ କରିଥିଲେ । ଶ୍ରୀ ପଟେଲ ଏହି ଅବସରରେ ନିଜ ଅଭିଭାଷଣରେ ଏମ୍‌ଆଇଏଲ୍‌ର ଭାରତୀୟ ପ୍ରତିରକ୍ଷା ଉତ୍ପାଦନରେ ସହଭାଗିତା ଓ ଉଲ୍ଲେଖନୀୟ ଅବଦାନ ବିଷୟରେ ଉଲ୍ଲେଖ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପ୍ରାକ୍ତନ ଆୟୁଧ ନିର୍ମାଣ ବୋର୍ଡକୁ ଅକ୍ଟୋବର ୧, ୨୦୨୧ରେ ସାତ ଭାଗରେ ବିଭକ୍ତ କରି ସାତଟି ସ୍ୱତନ୍ତ୍ର ନିଗମ ଗଠନ କରାଯାଇଥିଲା । ତନ୍ମଧ୍ୟରୁ ଏମ୍‌ଆଇଏଲ୍‌ ସର୍ବବୃହତ୍ ଓ ଅଗ୍ରଣୀ ନିଗମ ଭାବେ ପରିଗଣିତ । ସେହିପରି, କାରଖାନା ଫାଟକ -୨ ସମ୍ମୁଖରେ ସ୍ଥାପିତ ମେନ୍ ବେଟେଲ ଟ୍ୟାଙ୍କ ପରିସରରେ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଏକ୍ ଦିନ୍, ଏକ୍ ଘଣ୍ଟା, ଏକ୍ ସାଥ’ ନାଁରେ ଏକ ସଫେଇ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମଧ୍ୟ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପଟେଲ ତଥା କାରଖାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.