jayashree

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଂଚାୟତ ସମିତି ସଭାଗୃହରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବି. ଡି.ଓ ଧର୍ମରାଜ୍ ମାଝୀଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବକ୍ତାଙ୍କ ଦ୍ଵାରା ବରିଷ୍ଠ ନାଗରିକଙ୍କ ପ୍ରତି ହେୟଜ୍ଞାନ, ଅତ୍ୟାଚାର ଆଦି ଘଟୁଥିବା ଦିଗରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଥିଲେ । ତୃଣମୂଳ ସ୍ଥରରେ ସାମାଜିକ ସଂସ୍କାର ନହେଲେ ପରବର୍ତ୍ତୀ ସମୟରେ ଏକ ପରିପୃଷ୍ଟ ସମାଜ ଗଠନ ଅସମ୍ଭବ ହୋଇ ପଡ଼ିବ ବୋଲି ସମସ୍ତ ଗୁରୁତ୍ଵ ଆରୋପ କରିଥିଲେ । ପରିଶେଷରେ ଏକ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମରେ ବୃକ୍ଷରୋପଣ କରଯାଇଥିଲା । ସଂଗଠନର ସଭାପତି ଗଣେଶ ପ୍ରସାଦ ବେହେରା ସଭାପତିତ୍ୱ କରିଥିବା ବେଳେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ ବୀର କିଶୋର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଗଙ୍ଗାଧର ମାଝୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଗଗନ ବିହାରୀ ଖମାରୀ, ଉପସଭାପତି ଗୁପ୍ତେଶ୍ୱର ପଣ୍ଡା, ଉପଦେଷ୍ଟା ହରେକୃଷ୍ଣ ଦାଶ ପ୍ରମୁଖ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ସୁବ୍ରତ ସାହୁ ମଞ୍ଚ ପରିଚାଳନା କରିଥଲେ ।

Leave A Reply

Your email address will not be published.