
ଲୋଇସିଂହା, (ବିମଳେନ୍ଦୁ ସାହୁୁ) : ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକର ଛାତ୍ରଛାତ୍ରୀମାନଙ୍କୁ ନେଇ ଲୋଇସିଂହା ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଛି । ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ସର୍ବମୋଟ୍ ୩୨ଟି ଦଳ ଭାଗ ନେଇଛନ୍ତି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ସଂଗଠନ ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର, ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋଇସିଂହା ଅକ୍ଷୟ ପାଣି ଉଡ୍ଡୁ, ବିଧାୟକ ପ୍ରତିନିଧି ଗୌରାଙ୍ଗ ନାଏକ, ସାଂସଦ ପ୍ରତିନିଧି ବାଳକୃଷ୍ଣ ଧରୁଆ, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ପଟେଲ, ଜିଲ୍ଲା ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, ଅବସରପ୍ରାପ୍ତ ଶାରୀରିକ ଶିକ୍ଷକ ସୁନୀଲ ବିଶ୍ଵାଲ, ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସର୍ଜନ ନେଗୀ, ବ୍ଲକ୍ କ୍ରୀଡ଼ା ସମ୍ପାଦକ ବିଦ୍ୟୁତ ପ୍ରଭା ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରଦେବ ଷଡ଼ଙ୍ଗୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ଭୋଇ, ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଦାନନ୍ଦ ଭୋଇ, ଶିକ୍ଷକ ଅବନୀ ତ୍ରିପାଠୀ, ମାଣିକର ମାଝୀ, ଡୋଳାମଣି ସାହୁ, ବିଷ୍ଣୁପ୍ରସାଦ ମିଶ୍ର, ଶାନ୍ତିଲାଳ ନନ୍ଦ, ପର୍ଶୁରାମ ସୁନା, ନିତ୍ୟାନନ୍ଦ ବାଗ, ସତ୍ୟନାରାୟଣ ପ୍ରଧାନ, ଅମ୍ବୁଜ କୁମାର ହୋତା, ହେମନ୍ତ ବାରିକ, କପିଳେଶ୍ୱର କୁମ୍ଭାର, କରୁଣାକର ପଟେଲ, ସୁଦାମ ପ୍ରଧାନ, ହେମନ୍ତ କୁମାର ନାଗ, ପରାଶର ଖମାରୀ ପ୍ରମୁଖ ତଥା ବ୍ଲକର ସମସ୍ତ ସିଆର୍ସିସି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କ୍ରୀଡ଼ା ଶିକ୍ଷକ ହେମନ୍ତ କୁମାର ପଧାନ ମଞ୍ଚ ପରିଚାଳନା କରିଥିଲେ ।