
ରାଉରକେଲା, (ସସ୍ମିତା ପ୍ରଧାନ) : ରାଷ୍ଟ୍ରଭାଷା ପ୍ରଚାର ଏବଂ ବିକାଶ ସଂସ୍ଥାନ, ରାଉରକେଲା ଆନୁକୂଲ୍ୟରେ ରାଷ୍ଟ୍ରଭାଷା ପ୍ରଚାର ସମିତି, ୱର୍ଦ୍ଧା ଅନ୍ତର୍ଗତ ରାଷ୍ଟ୍ରଭାଷା ହିନ୍ଦୀର ବିଭିନ୍ନ ପରୀକ୍ଷା ଯଥା ପ୍ରାଥମିକ, ପ୍ରାରମ୍ଭିକ, ପ୍ରବେଶ, ପରିଚୟ, କୋବିଦ ତଥା ରତ୍ନ ଦୀପିକା ଇସ୍ପାତ ଶିକ୍ଷା ସଦନ, ସେକ୍ଟର ୧୮ ଠାରେ ୨୬ରୁ ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସୁଚାରୁ ରୂପେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା ତଥା ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରୁ ମୋଟ ୧୧୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ଯୋଗ ଦେଇଥିଲେ । ଏହି ପରୀକ୍ଷାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ଲେଙ୍କା ମାର୍ଗଦର୍ଶନ ଦେଇଥିଲେ ଓ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷୟିତ୍ରୀ ରେଖା ବୋଷ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓ ଅନ୍ୟ ଶିକ୍ଷୟିତ୍ରୀ ଯଥା ତାପସୀ ଚକ୍ରବର୍ତ୍ତୀ, ପ୍ରୀତି କୁମାରୀ ରାୟ, ମାନସୀ ପ୍ରଧାନ, ସୁଜାତା ମଲ୍ଲିକ ସହଯୋଗ କରିଥିଲେ ବୋଲି ସଂସ୍ଥାନର ପ୍ରବନ୍ଧନ ନ୍ୟାସୀ ତଥା ସମ୍ପାଦକ ଡଃ. ଜଗନ୍ନାଥ ଦାଶ ଜଣାଇଛନ୍ତି ।