jayashree

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ବିଶ୍ୱ ହୃଦୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଗୋପବନ୍ଧୁ ପାଠାଗାର ପରିସରରେ “ବିଶ୍ଵ ହୃଦୟ ଦିବସ” ୨୯/୯/୨୦୨୬ ଦିନ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ ମହୋଦୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ନବଘନ ସାହୁ ଶ୍ରୀଜଗନ୍ନାଥଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ସମିତର ସକ୍ରିୟ ସଦସ୍ୟା ଗୀତା ମିଶ୍ର ଏବଂ ଜ୍ୟୋତି ମହାପାତ୍ର ସଂଧ୍ୟା ମନ୍ତ୍ର ପାଠ କରିଥିଲେ । ସାବିତ୍ରୀ ଦାସ ଏବଂ ସବିତା ନନ୍ଦ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ ତଥା ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମିତିର ସଭାପତି ଶ୍ରୀମତୀ ସାହୁଙ୍କ ସ୍ୱାଗତ ଭାଷଣ ପରେ ରାଉରକେଲାର ବିଶିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ଗୋକୁଳାନନ୍ଦ ସାହୁ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହିତ ଏହି ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ହାଇଟେକ ମେଡିକାଲ କଲେଜର ସ୍ୱନାମଧନ୍ୟ ହୃଦରୋଗ ବିଶେଷଜ୍ଞ ଡାକ୍ତର ସୌମେନ ପ୍ରସାଦ ବେହେରା ହୃଦରୋଗର କାରଣ ଏବଂ କିଭଳି ସାବଧାନତା ଅବଲମ୍ବନ କରି ଏଥିରୁ ଦୂରେଇ ରହିପାରିବା ସେ ବିଷୟରେ ବିଷଦ ଭାବେ ଆଲୋଚନା କରିବା ସହିତ ଉପସ୍ଥିତ ସଦସ୍ୟ ମାନଙ୍କର ହୃଦରୋଗ ସମ୍ବନ୍ଧିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ମଂଜୁ ମହାପାତ୍ର ମଞ୍ଚ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଗୀତା ସେନାପତି, ନନ୍ଦିତା ପାତ୍ର, ସୁପ୍ରିୟା ମହାନ୍ତି, ରାଜଶ୍ରୀ ପଣ୍ଡା, ଭାରତୀ କର, ସବିତା ମହାନ୍ତି, ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ଅଜିତ ବରୱା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଡାକ୍ତର ମହେଶ ପ୍ରସାଦ ବେହେରା, ଏସ୍‌.ଏସ୍‌. ପଣ୍ଡା, ଅଜୟ ମହାନ୍ତି ସୁବାଷ ମହାପାତ୍ର, ନାରାୟଣ ଚନ୍ଦ୍ର ଜେନା, ଲକ୍ଷ୍ମଣ ନାଥ ଦାସ, ତ୍ରିଲୋଚନ ମିଶ୍ର, ଶ୍ରୀନିବାସ ରାୟ, ହରିହର ନାୟକ, ଗଦାଧର ରଥ ପ୍ରମୁଖ ପାଠାଗାରର ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.