
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲି ଗାଁରେ ଗୋହତ୍ୟା ଅଭିଯୋଗକୁ ନେଇ ତୀବ୍ର ପ୍ରତିକ୍ରିୟା । ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ଦାବି କରି ବଲାଙ୍ଗିର ଏସ୍ପିଙ୍କୁ ଦିଆଯାଇଛି ଦାବିପତ୍ର । ରେଙ୍ଗାଲି ଗାଁରେ ଘଟିଥିବା ଗୋହତ୍ୟା ଅଭିଯୋଗକୁ ନେଇ ଘଟଣାର ତୁରନ୍ତ ମାମଲା ରୁଜୁ କରି ନିରପେକ୍ଷ ତଦନ୍ତ କରିବାକୁ ଉପରଝର୍ ଯୁବ ସଂଗଠନ ପକ୍ଷରୁ ଦାବି ହୋଇଛି । ଘଟଣାରେ ସମ୍ପୃକ୍ତ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ପଦକ୍ଷେପ, ଘଟଣାସ୍ଥଳର ଫଟୋ, ଭିଡିଓ, ମୋବାଇଲ ରେକର୍ଡ ଓ ଅନ୍ୟ ପ୍ରମାଣ ସୁରକ୍ଷିତ ରଖିବା ସହ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବାକୁ ଦାବି କରାଯାଇଛି । ଦୋଷ ପ୍ରମାଣିତ ହେଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଭବିଷ୍ୟତରେ ଏଭଳି ଘଟଣା ରୋକିବାକୁ ପୋଲିସ ପେଟ୍ରୋଲିଂ ବଢ଼ାଇବାକୁ ମଧ୍ୟ ଉପରଝର ଯୁବ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି ।