jayashree

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନାଗରିକ କମିଟି ବୈଠକ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ମାଲପଡା ନାଗରିକ କମିଟିର କେତେକ ଲୋକଙ୍କ ସ୍ୱର୍ଗବାସ ହେତୁ ତାଙ୍କ ଆତ୍ମା ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ସଭ୍ୟମାନେ ବିଦ୍ୟୁତ ବିଭାଗ ଦ୍ୱାରା ଘନ ଘନ ଅଘୋଷିତ ବିଦ୍ୟୁତ କାଟ ହେଉଥିବାରୁ ଜନସାଧାରଣ ବହୁ ଅସୁବିଧା ସମ୍ମୁଖିନ ହେଉଛନ୍ତି । ତେଣୁ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରି ବିଦ୍ୟୁତ ବିଭାଗର ଏହି ଅଘୋଷିତ ବାରମ୍ବାର ବିଦ୍ୟୁତ କାଟକୁ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ସହରରେ ବହୁଳ ପରିମାଣରେ ପ୍ଲାଷ୍ଟିକ ବ୍ୟବହାର କରାଯାଉଥିବାରୁ ପରିବେଶ ଦୂଷିତ ହେବା ସହିତ ଗାଈଗୋରୁମାନେ ଏହାକୁ ଖାଇ ମୃତ୍ୟୁବରଣ କରୁଛନ୍ତି । ତେଣୁ ପୌର ପାଳିକା ଏହି ପ୍ଲାଷ୍ଟିକ ବ୍ୟବହାର ନିଷିଧ କରିବା ପାଇଁ ପୌରପାଳିକାକୁ ପତ୍ରଳାପ କରିବାକୁ ସିଦ୍ଧାନ୍ତ ନିଆଗଲା । ଅନ୍ୟ ଏକ ପ୍ରସ୍ତାବ କ୍ରମେ ସଂଘର ନବୀକରଣ କରାଯିବା ପାଇଁ ଆଲୋଚନା ହୋଇଥିଲା । ସହରରେ ଦିନକୁ ଦିନ କୁକୁରମାନଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବାରୁ ତାଙ୍କର ଦୁରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି, ତେଣୁ ଲୋକମାନେ ଭୟଭିତ ଅବସ୍ଥାରେ ଯାତାୟାତ ହେଉଛନ୍ତି । ଏହାର ଶୀଘ୍ର ସମାଧାନ ପାଇଁ ପୌରପାଳିକାର ଦୃଷ୍ଟି ଆକର୍ଷଣ ପାଇଁ ନିଷ୍ପତ୍ତି ନିଆଗଲା । ଏହି ଆଲୋଚନାରେ ସଂଘର ଉପସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ସଂପାଦକ ପଂଚାନନ ସେଠ, ସହ-ସଂପାଦକ ଅଶୋକ କୁମାର ଚାନ୍ଦ, କୋଷାଧ୍ୟକ୍ଷ ଦିବାକର ହୋତା, ବରିଷ୍ଠ ସଭ୍ୟ ଅମୀୟ କୁମାର ମିଶ୍ର, ବିମଲ କୁମାର ଚକ୍ରବର୍ତ୍ତି, ସୂର୍ଯ୍ୟଭାନୁ ମିଶ୍ର, ସନ୍ତୋଷ କୁମାର ସାହୁ, ଦେବଜିତ ଯୋଶୀ, ଶୁଶିଲ କୁମାର ନାଏକ, ଶିବ କୁମାର ଶତପଥୀ, ସୁରେଶ ଅଗ୍ରୱାଲ ଆଦି ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଅଶୋକ କୁମାର ଚାନ୍ଦ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.