oom

ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ଅବସରରେ ରାଜ୍ୟପାଳ କହିଲେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

jsmm

ଭୁବନେଶ୍ୱର : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ଅବସରରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ରଖିବା ଅବସରରେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି କହିଥିବା ବେଳେ ଆଉ ମଧ୍ୟ କହିଛ‌ନ୍ତି ଯେ, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ କରାଯାଉଛି । ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ଗୁରୁତ୍ୱ ଦିଆଯାଉଛି । ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୪.୭ ଲକ୍ଷ ନଳକୂପ ସ୍ଥାପନ କରାଯାଇଛି । କରୋନା ବେଳେ ଅଙ୍ଗନବାଡ଼ି ପିଲାଙ୍କ ପୁଷ୍ଟିସାଧନ ହୋଇଛି । ୫ଟି ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣଧୀନ ଅଛି । ୭ଟି ଜିଲ୍ଲା ହସ୍ପିଟାଲ ମଧ୍ୟ ନିର୍ମାଣଧୀନ ଅଛି । ଏସସିବି ମେଡିକାଲ କଲେଜକୁ ଏମ୍ସ ପ୍ଲସ କରାଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୨.୬ ଲକ୍ଷ ପରିବାରକୁ ସାମିଲ କରାଯାଇଛି । ୧୦.୯୮ ଲକ୍ଷ ଲୋକଙ୍କୁ ୧ ଟଙ୍କାରେ ମାସିକ ୫ କେଜି ଚାଉଳ ଦିଆଯାଉଛି । ୨୦୨୦-୨୧ ବର୍ଷରେ ୨.୮ ଲକ୍ଷ ଗୃହ ନିର୍ମାଣ କାମ ଶେଷ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ ଯୋଗାଣ କରାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି । ଏହାଛଡ଼ା ରାଜ୍ୟପାଳ କହିଛନ୍ତି ଯେ, ଜନସ୍ୱାସ୍ଥ୍ୟ ଓ ପାନୀୟ ଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସରକାର ପ୍ରତିଶ୍ରୁତିବନ୍ଧ । ତୃଣମୂଳସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ । ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରାଯିବ । ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ଶାନ୍ତିପୂର୍ଣ୍ଣ ଥିଲା । ପୁଲିସର ତ୍ୱରିତ ପଦକ୍ଷେପ ପାଇଁ ବଡ଼ଧରଣର ଆଇନଶୃଙ୍ଖଳା ଉପୁଜିନି । ୨୦୨୧ ଜାନୁଆରୀ ଶେଷ ସୁଦ୍ଧା ୩୮,୭୬୦ କୋଟିର ରାଜସ୍ୱ ଆଦାୟ ହୋଇଛି । ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭.୩% ଅଧିକ ରାଜସ୍ୱ ଆଦାୟ ହୋଇଛି । ରାଜ୍ୟର ଆପତକାଳୀନ ପାଣ୍ଠି ୨ ହଜାର କୋଟି ଟଙ୍କାକୁ ବୃଦ୍ଧି ହୋଇଛି । ଜଳ ସଂରକ୍ଷଣ ପାଇଁ ୫ ବର୍ଷରେ ୧୧,୭୦୦କୋଟି ଖର୍ଚ୍ଚ ଯୋଜନା ରହିଛି । କରୋନା ବେଳେ ଅଙ୍ଗନବାଡ଼ି ଦ୍ୱାରା ପୁଷ୍ଟିସାଧନ ହୋଇଛି । ବିଜୁ ଶିଶୁ ସୁରକ୍ଷା-୨୦୨୦ ପରିବର୍ଦ୍ଧିତ ହେବ । ସହରାଞ୍ଚଳରେ ପାନୀୟ ଜଳ ଯୋଗାଣରେ ସରକାର ଉଲ୍ଲେଖନୀୟ କାର୍ୟ୍ୟ କରିଛନ୍ତି । କରୋନା ମହାମାରୀ ସତ୍ତ୍ୱେ ପିଲାଙ୍କ ପାଠପଢା ବ୍ୟାହତ ହୋଇନି । ଶିକ୍ଷା ସଂଯୋଗ, ଦୀକ୍ଷା ଆପ ଓ ଶିକ୍ଷା ଦର୍ପଣ ପଦ୍ଧତି ଅବଲମ୍ବନ କରାଯାଇଛି । ଷ୍ଟାର୍ଟ ଅପର ଉନ୍ନତି ପାଇଁ ଷ୍ଟାଟ-ଅପ ଓଡ଼ିଶା ଉପକ୍ରମ ଆରମ୍ଭ ହୋଇଛି । ହସ୍ତତନ୍ତ ଶିଳ୍ପର ବିକାଶ ପାଇଁ ୫୨ କୋଟି ଟଙ୍କା ଯୋଗାଯାଇଛି ବୋଲି ରାଜ୍ୟପାଳ କହିଛନ୍ତି ।

jittmm
Leave A Reply

Your email address will not be published.