jayashree

ବୁଣାକାର ଓ କାରିଗରଙ୍କ ବିକାଶ ପାଇଁ ପରାମର୍ଶ କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ କ୍ଷେତ୍ରର ବିକାଶ ନେଇ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୁଣାକାର ଓ କାରିଗରଙ୍କ ଆୟ ବୃଦ୍ଧି ସହ ସେମାନଙ୍କ ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଯୋଗଦେଇ ଥିବା ବେଳେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବିଧାୟକ ଲକ୍ଷ୍ମଣ ବାଗଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଯୋଗଦେଇଥିଲେ । ବୁଣାକାର ଓ କାରିଗରଙ୍କ ଆର୍ଥିକ ବିକାଶ ସହ ହସ୍ତତନ୍ତ ସାମଗ୍ରୀକୁ ଦେଶ ବିଦେଶର ବଜାରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଯୁବପିଢ଼ି ବୟନ ଶିଳ୍ପ ପ୍ରତି ଆକୃଷ୍ଟ ହେଲେ ରୋଜଗାର ସୁଯୋଗ ବଢ଼ିବ ବୋଲି କୁହାଯାଇଛି । କର୍ମଶାଳାରେ ୫ ଜଣ ବୁଣାକାର ଓ ୫ ଜଣ କାରିଗରଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା । ବଲାଙ୍ଗିର ସମେତ ୪ ଜିଲ୍ଲାର ବୁଣାକାର ଓ କାରିଗର ଏଥିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.