jayashree

ପଞ୍ଚଦିବସୀୟ ଝୁଲଣଯାତ୍ରା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ପଲ୍ଲିଶ୍ରୀ ବିହାର ସାଇଟ୍‌ ନର୍ସିଂ କଲେଜ ପରିସରରେ ଥିବା ରାଧାକୃଷ୍ଣ ମନ୍ଦିରରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଏହି ଉପଲକ୍ଷେ ମାହେଶ୍ୱରୀ ରାମଜୀ ପାର୍ଟିର ଭଜନ କୀର୍ତ୍ତନ ସହ ସୁସଜ୍ଜିତ ଦୋଳିରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ଶ୍ରୀରାଧାଙ୍କ ଯୁଗଳ ମୂର୍ତ୍ତିକୁ ଶତାଧିକ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ । ଏହି ଅବସରରେ ଓଡିଶାର ପ୍ରସିଦ୍ଧ ସଂକୀର୍ତ୍ତନ ଗାୟକ ଶମ୍ଭୁ ପ୍ରସାଦ ନାଏକ ଓ ବାୟକ ରୁଦ୍ରପ୍ରସାଦ ସାଏ ତାଙ୍କର ସଂକୀର୍ତ୍ତନ ମାଧ୍ୟମରେ ଭକ୍ତମାନଙ୍କୁ ବିମୋହିତ କରିଥିଲେ । ସାଇଟ ନର୍ସିଂ କଲେଜର ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ । ଡ. ଶ୍ରୀକର ମିଶ୍ର, ଡା. ପ୍ରମୋଦ କୁମାର ମିଶ୍ର, ପ୍ରଫୁଲ୍ଲ ମିଶ୍ର, ସତ୍ୟବାଦୀ ନାଏକ, ରମେଶ ନାଏକ, ସୁଲୋଚନା ମିଶ୍ର, ସ୍ୱର୍ଣ୍ଣପ୍ରଭା ନାଏକ, ଭାନୁମତୀ ସାଏ, ଉର୍ବଶୀ ନାଏକ, ଦେବକୀ ସାଏ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.